ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ।  ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଉ କପି ରୋକିବା ପାଇଁ ପଞ୍ଚ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ଆଜିର ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ପରୀକ୍ଷା ଦେବେ ୧ ଲକ୍ଷ ୧୪ ହଜାର ୯୮୦ ଜଣ । ସେହିପରି,  ଆସନ୍ତାକାଲି କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ରେଗୁଲାର ଓ ଏକ୍ସରେଗୁଲାର ମିଶି ସମୁଦାୟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷା ଦେବେ । ରାଜ୍ୟରେ ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

Leave a Reply

Your email address will not be published. Required fields are marked *