୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ କେନ୍ଦ୍ର ମଞ୍ଜୁରୀ କରିଥିବା ସୂଚନା ମିଳିଛି ! ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ । ତେବେ ଭିଆରଏସ ନେବାପରେ ଉଭୟ ପାଣ୍ଡିଆନ ଓ ସୁଜାତାଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ସୁଜାତା ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିର୍ବାଚନ ସମୟରେ ଏସଏଚଜି ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଇବା ଅଭିଯୋଗରେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ ।
ଆଗୁଆ ଚାକିରିରୁ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ୍
