ଆକ୍ସନ ମୋଡରେ ଅବକାରୀ ବିଭାଗ… ଏମିତି ହୋଉଥିଲା ଦେଶୀ ମଦ କରବାର!

ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ ଓ ପୁଲିସ୍। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ ଘନ ଚଢାଉ କରାଯାଉଛି। ଆସିକା ବାଲିସିରା ପାହାଡ ଉପରୁ ମଦ ଭାଟି ଠାବ ହୋଇଛି। ୪ ହଜାର ୫୦୦ ଲିଟର ପୋଚ ଓ ୧୦୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି। ଏଥିସହ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ ହୋଇଛି। ଚଢାଉ ପୂର୍ବରୁ ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇଛନ୍ତି। ସେପଟେ କେ.ନୂଆଗାଁ ଥାନା ବୀର ନାରାୟଣପୁରରୁ ଦେଶୀ ମଦ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଗଜପତି ଜିଲ୍ଲାରୁ ଗଞ୍ଜାମକୁ ମଦ ନେଇ ଆସୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ଏକ ବାଇକରେ ୮୦ ଲିଟର ରନ୍ଧା ମଦ ନେଇ ଆସୁଥିଲେ। ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖପଦା ଗାଁରେ ବି ପୁଲିସ୍ ଚଢାଉ କରିଛି। ଜଣେ ମହିଳାଙ୍କ ବାଡିରୁ ୪ ହଜାର ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରିଛି। ଏବଂ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜ୍ଜୁ କରିଛି। ଚିକିଟି ମଦ ମୃତ୍ୟୁ ଘଟଣାରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିବାବେଳେ ଏବେବି କିଛି ଅସୁସ୍ଥଙ୍କର ଚିକିତ୍ସା ଜାରି ରହିଛି। ଏହାପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଏବଂ ପୁଲିସ୍ ପକ୍ଷରୁ ମାରାଥନ ଚଢାଉ ଚାଲିଛି।

Leave a Reply

Your email address will not be published. Required fields are marked *