ବାଲେଶ୍ୱର12/01/2024: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେସନ ମିସାଇଲର ଆଜି ବ୍ୟବହାରିକ ପରିକ୍ଷା ଚାନ୍ଦିପୁର ଆଇ.ଟି.ଆର. ପକ୍ଷରୁ କରାଯାଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି । ଆକାଶ–ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ ।ଏହି ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷଭେଦୀ ଦୂରତା ୪୦ କିଲୋମିଟର । ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ । ଏହାର ଲକ୍ଷଭେଦୀ କ୍ଷମତା, ଗତିବିଧୀ ଏବଂ ଯୋଗାଯୋଗ କ୍ଷମତାକୁ ଆଇ.ଟି.ଆର. ର ଟେଲିମେଟ୍ରିକ ରାଡାର ସିଷ୍ଟମ ଦ୍ୱାରା ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷା ହୋଇଥିଲା।
