ଫୋକସ ପ୍ଲସ 26/3/23(ବ୍ୟୁରୋ): ଆଉ କେତେ ଦାଦନ ଶବ ପରେ ଚେତିବେ ସରକାର।ଫେରୁଛି ଆଉ ଏକ ଦାଦନ ଶବ, ଦୁଇ ମାସ ତଳେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମ ର ଲୁଦ୍ରପ୍ରସାଦ ବେଶ୍ରା ଙ୍କ ୨୦ ବର୍ଷିଆ ଭେଣ୍ଡିଆ ମହେନ୍ଦ୍ର ବେଶ୍ରା ତାମିଲନାଡୁ କାଦୁବାଟି ପାଦୀୟମ ର ଏକ ସୁତାକଲ ରେ କାମ ପାଇଁ ଯାଇଥିଲେ। ହେଲେ ଆଜି ସକାଳ ରୁ ଖବର ମିଳିଛି,ଏକ ଗଛ ରେ ମହେନ୍ଦ୍ର ର ଝୁଲନ୍ତା ମୃତ୍ୟୁ ଦେହ ମିଳିଛି।ଖବର ପାଇ ପରିବାର ଭାଙ୍ଗି ପଡିଛନ୍ତି। କୋକସରା ଅଞ୍ଚଳ ରେ ଦାଦନ ଶବ ମୃତ୍ୟୁ ଘଟଣା ଉଗ୍ର ରୁପ ନେଲାଣି।ଦାଦନ ଯାଉଛି ଆଉ ପ୍ରତି ଘରୁ ଶବ ଫେରୁଛି। ଗଣତନ୍ତ୍ର ରେ ସାଧାରଣ ଳୋକ ଙ୍କ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାର ଙ୍କ ଉପରେ ଥାଏ।ଏଠି ତ ସରକାରୀ ବ୍ୟବସ୍ଥା କାଙ୍ଗାଲ। ଶ୍ରମିକ ଠୁ ଲୁଟୁଛନ୍ତି,ମାଲେ ମାଲ ହେଉଛନ୍ତି।
ଆଉ କେତେ ଦାଦନ ଶବ ପରେ ଚେତିବେ ସରକାର
