ଫୋକସ ପ୍ଲସ ୧୬/୬/୨୨(ଚାନ୍ଦବାଲି): ହାଏରେ ମଣିଷ ତୁକେଡ଼େ ନିର୍ଦୟ। ସମସ୍ତେ କୁହନ୍ତି ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛୁ ତୁ। ତୁ କାଳେ ସମସ୍ତଙ୍କର ଦୁଃଖ କଷ୍ଟକୁ ବୁଝିପାରୁ ,ହେଲେ ମୁଁ ଆଜି ଜାଣୁଛି ତୋ ସ୍ୱାର୍ଥ ପୂରଣ ହେଇଗଲା ପରେ ତୁ କାହାର ନୁହଁ।ଯେତେବେଳେ ମୋ ମା ଥିଲା ତୁ ମୋ ମା ଠାରୁ କ୍ଷୀର ଖାଉଥିଲି ବୋଲି ମତେ ମିଛି ମିଛି ତୁ ଗେଲ କରୁଥିଲୁ । ଆଜି ମୋ ମା ବୁଢ଼ୀ ହେଇଗଲା ପରେ କେଇଟା ଟଙ୍କା ପାଇଁ ତୁତାକୁ କଂସେଇ ହାତକୁ ଟେକିଦେଲୁ। ମୋ ଦେହରେ ଟ୍ୟୁମର ହେଲା ବୋଲି ତୁ ମତେ ତୋ ଠାରୁ ଦୂରେଇ ଦେଲୁ। ହୁଏତ ମନେ ମନେ ଏମିତି କିଛି କହି କାନ୍ଧି ପକାଉଛି ଏ ବାଛୁରୀ ଛୁଆ ଟି।ଏ ବାଛୁରୀକୁ ଦେଖିଲେ ଲାଗୁଛି ସେ ଯେମିତି କିଛି କହୁଛି । ସେସିନା କଥା କହିପାରୁନି କିନ୍ତୁ ତାର ଲୁହ ଛଳ ଛଳ ଆଖିକୁ ଦେଖିଲେ ସ୍ପଷ୍ଟ ବୁଝିହେଉଛି ତା ପେଟରେ ବଢୁଥିବା ଏହି ଟ୍ୟୁମରଟି ତାକୁ କେତେ କଷ୍ଟ ଦେଉଛି।ଏ ଦୃଶ୍ୟଟି ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଦୃଶ୍ୟ। ଆମ ଚାନ୍ଦବାଲି ପ୍ରତିନିଧି ବିଜୟ ମହାଳିକ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ହଠାତ ନଜର ପଡିଥିଲା ଏହି ବାଛୁରୀ ଉପରେ । ତା ପରେ ସଙ୍ଗେ ସଙ୍ଗେ ମୋବାଇଲ କାଢି ଏହି ବାଛୁରୀର ଭିଡ଼ିଓ ସୁଟିଂ କଲେ । ଆମ ପ୍ରତିନିଧି ହୁଏତ ବୁଝିଯାଇଥିଲେ ସେ ଖବର ସଂଗ୍ରହ କରିବାକୁ ଯାଉଥିବା ଖବର ଠାରୁ ଏ ଖବର ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଏହି ଭିଡିଓଟି ଦେଖିବା ପରେ ନିଶ୍ଚୟ ଆପଣ ମାନଙ୍କୁ ଏ ହୃଦୟ ବିଦାରକ ଦୃଶ୍ୟଟି ବିଚଳିତ କରିବ। ଯଦିଓ ଏ ବାଛୁରୀର ପକୃତ ମାଲିକ କିଏ ଜଣାପଡି ନାହିଁ ତଥାପି ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ ଏବଂ ଏହି ବାଛୁରୀର ଚିକିତ୍ସା କରାନ୍ତୁ । ଚିକିତ୍ସା ପରେ ଗୋଟେ ନୂଆ ଜୀବନ ସହ ନୂଆ ଆଶା ନେଇ ବାକି ଜୀବନ ହୁଏତ କାଟି ପାରନ୍ତା ଏହି ବାଛୁରୀ ଛୁଆ ଟି।
