ଫୋକସ ପ୍ଲସ(ନର୍ଲା)୨୫/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଓ କେସିଙ୍ଗା ରେଞ୍ଜ ଅଧିନସ୍ଥ କେରାଣ୍ଡିଖୁଣ୍ଟି ଏବଂ ଫଲ୍ସାପଡ଼ା ଗାଁ ରେ ବୁଧବାର ସକାଳୁ ହାତୀ ପଲଙ୍କ ତାଣ୍ଡବ ଦେଖିବାକୁ ମିଳିଥିଲା | ନର୍ଲା ଅଞ୍ଚଳରେ ଦିନକୁ ଦିନ ହାତୀଙ୍କ ତାଣ୍ଡବ ବଢ଼ିବାରେ ଲାଗିଛି | କେତେବେଳେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ନିରିହଁ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି | ବୁଧବାର ଭୋର ସକାଳୁ ତିନି ଜଣିଆ ହାତୀପଲ ବାଗପୂର୍ କେରାଣ୍ଡିଖୁଣ୍ଟି ଦେଇ ଫଲ୍ସାପଡ଼ା ଆଡ଼କୁ ମୁହାଁଇ ଥିଲେ | ସାମ୍ନା ରେ ଯିଏ ପଡ଼ିଲା ତାଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲେ | ବୁଧୁବାର ଭୋର୍ ସକାଳୁ ଦୁଇ ଜଣ ବ୍ୟକ୍ତି, ଜଣେ ମହିଳା ଓ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହେଇଛନ୍ତି |ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେରାଣ୍ଡିଖୁଣ୍ଟି ଗ୍ରାମର ଜଣେ ମହିଳା ଯାହାଙ୍କ ନାମ ଦିପାଞ୍ଜଳି ଭୋଇ ବୟସ ୨୫ ବର୍ଷ ଓ ଫଲ୍ସାପଡ଼ା ଗ୍ରାମର ଜଣେ ବୃଦ୍ଧ ଯାହାଙ୍କ ନାଁ ହୁର୍ଶିକେଶ ଶା ଯାହାଙ୍କ ବୟସ ୭୫ ବର୍ଷ ବୋଲି ଜଣା ପଡ଼ିଛି l ସୁଚନା ଯୋଗ୍ୟଯେ ମହିଳା ଜଣକ ଭୋର ସକାଳୁ ଅଳିଆ ଫିଙ୍କିବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଇଛନ୍ତି l ଠିକ୍ ସେହିଭଳି ଫଲ୍ସାପଡ଼ା ଗ୍ରାମର ଜଣେ ବୃଦ୍ଧା ସକାଳ ୬ ଟା ସମୟରେ ନିଜ ବିଲ କୁ ଯାଇଥିବା ବେଳେ ସେ ମଧ୍ୟ ହାତୀ ଆକ୍ରମଣ ର ଶିକାର ହେଇଛନ୍ତି l ଦୁହେଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ସ୍ବାସ୍ଥ୍ୟକେନ୍ଦ୍ର କୁଁ ପରିବାର ଜନ ଆଣିଥିବା ସୂଚନା ମିଳିଥିଲା | ଦୁହେଙ୍କ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ବାସ୍ଥ୍ୟକେନ୍ଦ୍ର କୁ ହସ୍ତାନ୍ତର କରାଯାଇଥିବା ନର୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |
