ଅଲମ୍ପିକରେ ସାମିଲ ହେବାକୁ ଯାଉଛି ଲୋକପ୍ରିୟ ଖେଳ କ୍ରିକେଟ । 

ଫୋକସ ପ୍ଲସ 3/12/2022( ବ୍ୟୁରୋ ): ଅଲମ୍ପିକରେ ସାମିଲ ହେବାକୁ ଯାଉଛି ଲୋକପ୍ରିୟ ଖେଳ କ୍ରିକେଟ।ସାରା ବିଶ୍ବରେ କ୍ରିକେଟର କ୍ରେଜ ରହିଛି। ବିଶେଷ କରି T20 କ୍ରିକେଟ ଆସିବା ପରେ ନୂଆ ନୂଆ ଦେଶ ଏହାକୁ ଖେଳିବାକୁ ପସନ୍ଦ କରୁଛନ୍ତି।କିନ୍ତୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡା ମହାକୁମ୍ଭ ଅଲମ୍ପିକରେ ଏହା ସାମିଲ ହୋଇନଥିବାରୁ କ୍ରିକେଟ ପ୍ରେମୀ ମାନଙ୍କର ଏକ ଦୁଃଖ ରହି ଆସିଥିଲା।ତେବେ କ୍ରିକେଟ ପ୍ରେମୀ ମାନଙ୍କର ଏହି ସ୍ବପ୍ନ ଖୁବ ଶିଘ୍ର ସାକାର ହେବାକୁ ଯାଉଛି।ଆଗକୁ ୨୦୨୮ ରେ ଆମେରିକାର ଲସ ଅଂଜେଲସରେ ହେବାକୁ ଥିବା ଅଲମ୍ପିକରେ କ୍ରିକେଟ ସାମିଲ ହେବ ଏବଂ କ୍ରିକେଟକୁ ଅଲମ୍ପିକରେ ସାମିଲ କରିବା ପାଇଁ ଆଇ ସିସି ପ୍ରସ୍ତାବ ଦେଇଛି।ଆଇସିସିର ପ୍ରସ୍ତାବ ଅନୁସାରେ T20 ରାଙ୍କିଙ୍ଗ ଅନୁସାରେ 6 ଟି ଶ୍ରେଷ୍ଠ ମହିଳା ଓ ପୁରୁଷ କ୍ରିକେଟ ଦଳକୁ ସାମିଲ କରାଯିବ।

Leave a Reply

Your email address will not be published. Required fields are marked *