ଫୋକସ ପ୍ଲସ(ଜଗତସିଂହପୁର) ୧୨/୦୯/୨୦୨୨ :ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅମୃତା ଫାଉଣ୍ଡେସନ ପକ୍ଷରୁ ଅମୃତୋତ୍ସବ ତଥା ଅନୁଷ୍ଠାନ ର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନାଇଜର ର କୂଳ ସଚିବ ତଥା ଫାଉଣ୍ଡେସନ ର ମୁଖ୍ୟ ଡ଼ଃ ଅଭୟ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ତଥା ରାଜ୍ୟର ଜଣେ ବିଶିଷ୍ଟ ଉପସ୍ଥାପକ ଶରଣାରବିନ୍ଦ ଓଝା ଙ୍କ ମାତା ମଞ୍ଜୁଲତା ଓଝା ଙ୍କୁ ଚମ୍ପା ମାଆ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଜିଲ୍ଲାର ଗରିବ ମେଧାବୀ ଛାତ୍ରୀମାନଙ୍କୁ ଅମୃତକନ୍ୟା ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ଅନୁଷ୍ଠାନ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କ ମାତୃ ସମ୍ମାନ ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ମେଧାବୀ ଛାତ୍ରୀମାନଙ୍କୁ ଆଗକୁ ଯିବାପାଇଁ ପ୍ରୋତ୍ସାହନ ଯୋଗାଇବାରେ ସହାୟକ ହେବ ବୋଲି ଫାଉଣ୍ଡେସନର ମୁଖ୍ୟ ଡ଼ଃ ଅଭୟ ନାୟକ କହିଥିବା ବେଳେ, ଏହା ଏକ ସାଧୁବାଦ ପ୍ରୟାସ ଏବଂ ଏହି କାର୍ଯ୍ୟରେ ସବୁ ସମୟରେ ସହାୟତା ର ହାତ ବଢ଼ାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଥିଲେ।
