ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି, ଆପଣ ଏହାକୁ ବିଶ୍ବସ ନ କରି ପାରନ୍ତି ,କିନ୍ତୁ ଏହା ନିରାଟ ସତ୍ୟ ଘଟଣା.ଆଉ ସେହି ଘର ନିକଟରେ ରହିଛି ଏକ ମସାଣି.ଦିନବେଳା ସେହି ରାସ୍ତା ଦେଇ ଲୋକ ଯିବା ଆସିବା କରିଥାନ୍ତି,ଆଉ ରାତି ହୋଇଗଲେ ସେହି ରାସ୍ତାରେ ଲୋକ ମାନଙ୍କୁ ଦେଖିବାକୁ ମିଳେ ନାହିଁ, ସ୍ଥାନୀୟ ଲୋକ ମାନଙ୍କ ର କହିବା କଥା ପୂର୍ଣ୍ଣମୀ ,ଓ ଆମାବାସ୍ୟ ରେ କୁଆଡେ ଭୁତ ନିଜର ରୁପକୁ କଅଁଳା ବାଛୁରୀ ପରି ବେଶ ଧାରଣ କରିଥଏ ତ ଆଉ କେତେବେଳେ ଘୁଷୁରୀ ର ରୂପ ଧାରଣ କରି ଏହି ଜରାଜୀର୍ଣ୍ଣ ଭଙ୍ଗା ଘରୁ ବାହାରି ନିକଟରେ ରହିଥିବା ମହାନଦୀ ଭିତରକୁ ଚାଲିଯାଇଥାଏ,ଆଉ କେତେବେଳେ ଛୋଟ ପିଲାଙ୍କ ଭଳୀ କାନ୍ଧିବା ଭଳି ଶବ୍ଦ ଲୋକ ମାନଙ୍କ କାନରେ ବାଜେ, ହଁ ଆଜ୍ଞା ଆଜିର ବିଜ୍ଞାନ ଯୁଗରେ ଏଭଳି ଅଦ୍ଭୁତ ଦୃଶ୍ୟ ଶୁଣିବା ସହିତ ଦେଖିବାକୁ ମିଳେ କଟକ ଠାରୁ ମାତ୍ର ଦଶ ରୁ ପନ୍ଦର କିଲୋମିଟର ମଧ୍ୟରେ ରହିଥିବା ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀ ମୁଣ୍ଡଳୀ ବ୍ୟରେଜ୍ ନିକଟତର ମହାନଦୀର ବନ୍ଧବାଡରେ ରହିଥିବା ଏକ ଭଙ୍ଗା ଘର. ଯେଉଁ ଠାରେ ବସବାସ କରୁଛନ୍ତି ଭୁତ ,ଭୁତକୁ ଦେଖିଛନ୍ତି ଓ ତାର ବିକଟାଳ ରୂପ କୁ ମଧ୍ୟ ଅନୁଭୂତି କରିଛନ୍ତି ଆଉ ସେହି ସ୍ଥାନରେ ଭୁତ ମାନଙ୍କର ଆଭାସ କୁ ଅନୁଭୂତି ମଧ୍ୟ କରିଛନ୍ତି ସ୍ଥାନୀୟ ଲୋକେ ବୋଲି ନିଜର ଯୁକ୍ତି ରଖିଛନ୍ତି

Leave a Reply

Your email address will not be published. Required fields are marked *