ଅନୁଗୁଳ :ଫୋକସ ପ୍ଲସ (ଅନିଲ କୁମାର ଧଳ :ବ୍ୟୁର )
ଜଣାଶୁଣା ୟୁ ଟ୍ଯୁବର ଇଶ୍ଵର ବେହେରା । ଯେ କି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କାମେଡି , ରୋଷେଇ ଆଦି ଭିଡିଓ କରି ବେଶ ପରିଚିତ । ହେଲେ ଇଶ୍ଵର ବେହେରା ଏବେ ଆଇନ ଭାଙ୍ଗି ଆଇନର ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି । ସୂଚନା ଅନୁସାରେ ଇଶ୍ଵର ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠା ଆମ ଘର ଟୋକାରେ ଗତ ତିନି ଚାରି ଦିନ ହେଲା କିଛି ଭିଡିଓ ଅପଲୋଡ କରିଛନ୍ତି । ଯାହାକି ସାତକୋଶିଆ ଅଭୟାରଣ୍ୟର ପୁରୁଣା କୋଟ ରୁ ଟିକରପଡ଼ା ରାସ୍ତାର ଭିଡିଓ । ଏହି ସବୁ ଭିଡିଓ ରେ ସେ ଆଉ ଆଉ ତାଙ୍କର କିଛି ସାଙ୍ଗ ଭୋଜି କରୁଥିବା ଦେଖା ଯାଉଛି । ସେ ଭିଡିଓରେ ମଧ୍ୟ ଏହା ଟିକରପଡା ଅଞ୍ଚଳର ବୋଲି କହୁଛନ୍ତି । ତେବେ ସାତକୋଶିଆର କୋର ଅଞ୍ଚଳରେ ସେ ଭୋଜି କରିବାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁ ଅଞ୍ଚଳରେ ଭୋଜି ତ ଦୂରର କଥା ସେହି ଅଞ୍ଚଳରେ ଡିଆସିଲି କାଠିଟିଏ ମାରିବା ମନା , ସେହି ଅଞ୍ଚଳରେ ସମ୍ପୃକ୍ତ ୟୁ ଟ୍ଯୁବର କିଭଳି ଭୋଜି କରିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କାଲେ ତାହା ପ୍ରଶ୍ନବାଚୀ । ଏହି ସବୁ ଭିଡିଓ ଭାଇରାଲ ପରେ ୟୁ ଟ୍ଯୁବର ଇଶ୍ଵର ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀ । ଏ ସମ୍ପର୍କରେ ଆମେ ସାତକୋଶିଆ ଡି ଏଫ ଓ ସରୋଜ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବା କାଥା ଏହା କୋର ଅଞ୍ଚଳରେ ଭୋଜି କରା ଯାଉଥିବା ଭଳି ମାନେ ହେଉଛି । ଏହାର ତଦନ୍ତ ପାଇଁ ସେ ନିର୍ଦେଶ ଦେଇ ସାରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।