ଅଭିଯୋଗ ପରେବି ଶୁଣିଲାନି ପ୍ରଶାସନ ଝୁଲିଲା ତାଲା

ଫୋକସ ପ୍ଲସ(ଓଡ଼ାପଡ଼ା)୨/୦୮/ ୨୦୨୨:ପୁଣି ଥରେ ଢେଙ୍କାନାଳରେ ପଦାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ଆଉ ଏକ ନଗ୍ନ ଚିତ୍ର ବିଦ୍ୟାଳୟର ପାଠ ପଢା ସମୟରେ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା ଏଠି ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ଭିତରକୁ ଯିବାକୁ ବାରଣ କଲେ ଅଭିଭାବକ,ଏବଂ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଭିତରକୁ ପାଠ ପଢିବାକୁ ନଯାଇ ବିଦ୍ୟାଳୟ ସମ୍ମୁଖରେ ଧାରଣରେ ବସି ବିକ୍ଷୋପ ପ୍ରଦର୍ଶନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସାରିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ
କେବଳ ସେତିକି ନୁହେଁ ସ୍କୁଲକୁ ନଯାଇ ବିଦ୍ୟାଳୟ ସମ୍ମୁଖରେ, ପ୍ରାଥନା ମଧ୍ୟ କରୁଛନ୍ତି ଛାତ୍ର ଛାତ୍ରୀ
ସୂଚନାଅନୁଯାୟୀ ଗତ ଜୁଲାଇ ୨୧ ତାରିଖ ଦିନ ବିଦ୍ୟାଳୟରେ ଶିକ୍ଷୟତ୍ରି ଓ ଶିକ୍ଷକଙ୍କ ଅଭାବ ହେତୁ ବିଦ୍ୟାଳୟ ପରିଚାଳନା କମିଟି ଓ ବଳରାମପୁର ସରପଞ୍ଚ ଓ ବିଦ୍ୟାଳୟ ଅଭିଭାବକ ମାନେ ଲିଖିତ ଅଭିଯୋଗ କରି ଜିଲ୍ଲା ଶିକ୍ଷାଅଧିକାରୀ ଓ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଜଣାଇଥିଲେ ଯେ ଆମ ସାରିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ, ପଢୁଥିବା ବେଳେ ବିଦ୍ୟାଳୟଟି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଠପଢା ନିମନ୍ତେ ଉଦ୍ଧିଷ୍ଟ,ହେଲେ କୋଭିଡି ପରଠାରୁ ଏପର୍ଯ୍ୟନ୍ତ ବିଦ୍ୟାଳୟ ରେ ମାତ୍ର ତିନିଜଣ ଶିକ୍ଷକଙ୍କ ଦ୍ୱାରା ପାଠ ପଢା ଚାଲୁଛି, ତିନି ଜଣ ଶିକ୍ଷକ ଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଅଛନ୍ତି ଏବଂ ବିଦ୍ୟାଳୟରେ ବଡ଼ ଝିଅ ଛାତ୍ରୀ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଜଣେ ଶିକ୍ଷୟତ୍ରୀ ଙ୍କର ନିଯୁକ୍ତି ହୋଇପାରି ନାହିଁ |

ଯଦି ଆପଣ ଆମ ବିଦ୍ୟାଳୟ ରେ ସାତ ଦିନ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ନ ଦିଅନ୍ତି ତାହାହେଲେ ଆମ୍ଭେ ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ କରିବୁ ବୋଲି ଶିକ୍ଷା ଅଧିକାରିଙ୍କୁ ଜଣାଇଥିବା କଥା ସାରିଆପଡା ଗ୍ରାମର ସଭାପତି ବିଦ୍ୟାଳୟର ଅଭିଭାବକ ଓ ବଳରାମପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

ଏପଟେ ଅଭିଭାବକ କହିବା ମୁତାବକ ତିନି ଜଣ ଶିକ୍ଷକ ଙ୍କ ଦ୍ୱାରା ବିଦ୍ୟାଳୟ ର ପାଠପଢା ଚାଲୁଥିବାବେଳେ ଆଠଟି କ୍ଲାସକୁ ତିନି ଜଣ ଶିକ୍ଷକ ପରିଚାଳନା କରୁଛନ୍ତି ଯାହା ପାଇଁ ବିଦ୍ୟାଳୟ ରେ କେବଳ ପିଲାମାନେ ଙ୍କର attendance ପଡି ସରକାରୀ ଡାଲି ଭାତ ଖାଇ ପିଲାମାନେ ବୁଲୁଛନ୍ତି, ଉଚିତ ଶିକ୍ଷା ପ୍ରଦାନର କୌଣସି ବ୍ୟବସ୍ଥା ଏଠାରେ ହୋଇପାରୁ ନାହିଁ ଜଣେ ଶିକ୍ଷକ ଗୋଟିଏ କ୍ଲାସ କୁ ପଢାଉଥିବା ବେଳେ ବାକି ଛାତ୍ର ଛାତ୍ରୀ ମାନେ ବାହାରେ ବୁଲୁଛନ୍ତି, ଏ ବିଷୟରେ ଆମେ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରି ଓ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରି ଅତିଷ୍ଠ ହୋଇ ତାଲାବନ୍ଧ ଆନ୍ଦୋଳନ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ କିଛି ଫରକ ପଡୁନି, ସେଥିପାଇଁ ବାଧ୍ୟ୍ୟ ହୋଇ ଆଜି ତାଲ ବନ୍ଧ ଆନ୍ଦୋଳନ କରି ପାଠ ପଢାକୁ ବନ୍ଦ କରିଛୁ, ସରକାର ଆମ ବିଦ୍ୟାଳୟ ର ସମସ୍ୟା ବିଷୟରେ ଅଵଗତ ଥାଇ ମଧ୍ୟ ଆମ କଥା ବୁଝୁନାହାନ୍ତି। ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହୋଇଛି ଆମ୍ଭେ ମାନେ ଏହିପରି ଫାଟକ ଆଗରେ ବସିବୁ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏ ବାବଦ ରେ ଆମ ପ୍ରତିନିଧି ଫୋନ ଯୋଗେ ଓଡାପଡା ଗୋଷ୍ଠୀ ଶିକ୍ଷାଅଧିକାରୀ ସାନ୍ତୁନୁ ମଲ୍ଲିକଙ୍କୁ ଯୋଗାଯୋଗ କାରିବାରୁ ସେ ଶିକ୍ଷକ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପ୍ରପୋଜାଲ ଦେଇଛୁ ଯଥାଶୀଘ୍ର ସମଧାନ ହେବ ବୋଲି ପ୍ରକାଶ କରିଛନ୍ତି |ତ ଦେଖାଯାଉ ପରବର୍ତ୍ତୀ ସମୟରେ ଆମ ସରକାର ସାରିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ କୁ କେବେ ପୂରଣ କରିବାରେ ସକ୍ଷମ ହେଉଛନ୍ତି ଆଉ ସାରିଆପଡା ବାସି ତାଲାବନ୍ଦ ଆନ୍ଦୋଳନ ରୁ କେବେ ଓହୋରୁଛନ୍ତି |

ଓଡ଼ାପଡ଼ା ରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *