ଅବହେଳିତ ଅବସ୍ଥାରେ କଳିଙ୍ଗନଗର

ଫୋକସ ପ୍ଲସ (ଦାନଗଦୀ) ୦୩/୦୭/୨୦୨୨: ଯାଜପୁର ଜିଲ୍ଲା କଳିଙ୍ଗନଗର ଧାତବ ଇସ୍ପାତ ଶିଳ୍ପ ଏସିଆ ରାଜଧାନୀ ଅଟେ।ଶିଳ୍ପ ରାଜଧାନୀରେ ଗମନାଗମନ ପାଇଁ ଭଲ ପ୍ରସସ୍ଥ ରାସ୍ତା, ଷ୍ଟ୍ରିଟ ଲାଇଟ, ଜଳ ନିଷ୍କାସନ ପାଇଁ ଡ୍ରେନେଜ ସୁବିଧା, ଦୃଘଟଣା ରୁ ବର୍ତ୍ତିବା ପାଇଁ ସବୁ ଛକ କୁ ଉନ୍ନତ ଆଧୁନିକ ଗୋଳେଇ ଛକ କରିବା କଥା ମାତ୍ର ତାହା ଆଜି ପର୍ୟ୍ଯନ୍ତ ହୋଇନାହିଁ ।ବର୍ଷା ହେଲେ ରାସ୍ତା ଉପରେ ପାଣି ଆଣ୍ଠୁଏ ।ଡ୍ରେନେଜ ସୁବିଧା ନଥିବା ରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ ।ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ପାଣି ଛିଡ଼ା ହୋଇ ରହୁଛି।ଲୋକମାନେ ଯାତାୟାତ ସମୟରେ ନାନା ଅସୁବିଧା ,ଆଶଙ୍କା ମଧ୍ୟରେ ଯିବାକୁ ପଡୁଛି। କଳିଙ୍ଗନଗର ର ଅନେକେ ରାସ୍ତା ଖାଲ ଢ଼ିପ ରେ ପରିପୂର୍ଣ।ଅନେକେ ସମୟରେ ଦୃଘଟଣା ଦେଖିବାକୁ ମିଳେ।କଳିଙ୍ଗନଗର ରେ କାରଖାନାର ପାଇଁ କଞ୍ଚାମାଲ, ଖଣିଜରୁ ଉତ୍ତଳନ ପରେ ଖଣିଜ ଦ୍ରବ୍ୟ ର ସଡ଼କ ପଥରେ ବହୁ ପରିମାଣରେ ଟ୍ରକ ଦ୍ବାରା ପରିବହନ ହୋଇଥାଏ।ଏହି ଅଞ୍ଚଳଟି ଏକ ବେସ୍ଥ ବହୁଳ ଅଞ୍ଚଳ ହେଇଥିବା ବେଳେ ଏଥି ପ୍ରତି କାହାର ନଜର ନଥିବା ଯୋଗୁଁ ଏହି ଖରାପ ରାସ୍ତା ରେ ଅନେକ ସମୟରେ ଦୃର୍ଘଟଣା ଘଟି ବହୁ ଧନ ଜୀବନ କ୍ଷୟ କ୍ଷତି ଘଟୁଛି।ଏପରି ଦେଖିବା କୁ ମିଳେ ଜଖପୁରା ଭିସା ଛକ ନିକଟ ରେଳବାଇ ଗଳି ପୋଲ କ୍ଷେତ୍ରରେ।ବିଜୁପଟ୍ଟନାୟକ ମାର୍ଗ ର ରକ୍ଷଣାବେକ୍ଷଣ ଦାୟିତ୍ୱ ରେ ଜେ ସି ଡିଏଲ ନେସ୍ଥ ଅଛି। ଜେ ସି ଡିଏଲ ଅଧୀନରେ ଥିବା ଅଧିକାରୀ ମାନଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସୁଛି।ଏହି ଭିସା ଛକ ରେଳବାଇର ଉଭୟ ପାର୍ଶ୍ୱ ପୋଲ ନିକଟରେ ଥିବା ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିମ୍ନ ମାନର ଓ ଭୁଲ ଟେକ୍ନିକାଲ ଯୋଗୁ ଖାଲ ଢ଼ିପ ସହିତ ବର୍ଷା ହେଲେ ପାଣି ଜମି ରହୁଛି।ଖାଲଢ଼ିପ ଥିବାରୁ ଦୃର୍ଘଟଣା ମାନ ହେଉଛି।ବାଳୁଙ୍ଗାବନ୍ଦୀ ଗ୍ରାମ କୁ ଯିବା ଛକ ନିକଟରେ ରାସ୍ତା ମଝିରେ ଏକ ବଡ଼ ଗାଢ ଥିବାରୁ ଦୃର୍ଘଟଣା ମାନ ଘଟୁଛି। ଗାଢଟି ବହୁ ଦିନରୁ ହୋଇଥିଲେ ମଧ୍ୟ ଜେ ସି ଡିଏଲ ର ମନମାନି କାର୍ୟ୍ଯ ଯୋଗୁଁ ଏହାର ମରାମତି ହୋଇପାରୁନାହିଁ, ଲୋକମାନଙ୍କୁ ସଚେତନତା ପାଇଁ ବିପଦ ସଙ୍କେତ ଚିହ୍ନ ଲଗାଯାଇ ନାହିଁ।ବର୍ଷା ପରେ ଖାଲ ଟି ପାଣି ରେ ପୂର୍ଣ୍ଣ ହେବା ପରେ ସାଇକେଲ ଆରୋହି, ମୋଟର ସାଇକେଲ ଆରୋହି, ଚାରି ଚାକିଆ,ଛଅ ଚକା, ବଡ଼ ବଡ଼ ଟଲର ଏହି ରାସ୍ତା ଉପରେ ଯିବା ଆସିବା ସମୟରେ ଦୁର୍ଘଟଣାରେ ପଡୁଛନ୍ତି।ଲୋକେ ଯେତେ ଦୃର୍ଘଟଣା ହେଲେ ମଧ୍ୟ ଅଧିକାରୀ ଙ୍କ ଦୃଷ୍ଟିରେ ପଡୁନାହିଁ।ବିଜୁ ପଟ୍ଟନାୟକ ମାର୍ଗର ରାସ୍ତା ନିର୍ମାଣ ବହୁଦିନ ପରେ ପିୟାଚ (ରିପାରିଙ୍ଗ) କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇ ଥିବା ତେଲିବାହାଳି ଓ ସାତବଂଶୀଆ ନିକଟରେ ଖାଲ ଢ଼ିପ ହୋଇ ବିପଦ ସୃଷ୍ଟି କରିଛି।ଲୋକ ବିପଦରେ, ଠିକାଦାର ପଇସା ନେଇ ଛୁ ବିଭାଗୀୟ ଅଧିକାରୀ ସୁ ନିଦ୍ରାରେ ସୋଇଛି।ବିଜୁ ପଟ୍ଟନାୟକ ମାର୍ଗ ଉପରେ ଜନ ସାଧାରଣ ନିର୍ଭରଶୀଳ ସହିତ କଳିଙ୍ଗନଗର ରେ ଗଢ଼ି ଉଠୁଥିବା ଶିଳ୍ପ ମାନେ ଯଥା ଭିସା ଷ୍ଟିଲ, ଜିନ୍ଦଲ ଷ୍ଟିଲ, କେ.ଜେ ଇସ୍ପାତ, ମଇଥାନ ଇସ୍ପାତ, ରାଜଧାନୀ ଷ୍ଟିଲ,ଯାଜପୁର ସିମେଣ୍ଟ, ଇମାମି ସିମେଣ୍ଟ, ରୋହୀତ ଫେରୋଟେକ,ଜଖପୁରା ରେଳ ଷ୍ଟେସନ, ଜଖପୁରା ମେଡିକାଲ, ରାବଣା ମେଡିକାଲ, ସ୍କୁଲ, କଲେଜ ଦେଇ ପ୍ରତିଦିନ ହଜାର ହଜାର ଲୋକ ଗାଡି ଯାଆ ଆସ କରନ୍ତି ।ଜିନ୍ଦଲ ଷ୍ଟିଲ ପୋଲ ନିକଟରେ ବି ପାଣି ଜମୁଛି ରାସ୍ତା ସାରା ଖାଲଢ଼ିପ । ବିଆରପିଏଲ ଛକ ରେ ରାସ୍ତା ଖାଲଢ଼ିପ ଯୋଗୁଁ ଲୋକେ ହୀନସ୍ତା ।ମଇଥାନ ଚାରି ଛକ ବିପଦ ସଂକୁଳ ଭାବେ ପରିଚିତ ଅଟେ। ଏହି ଛକ ଟି ଦେଇ ଟାଟା, ମଇଥାନ, ରୋହିତ, ରାଜଧାନୀ, ଯାଜପୁର ସେମେଣ୍ଟ , ଜେଏସଡବ୍ଲୁ ସିମେଣ୍ଟ, ବିଜୁ ପଟ୍ଟନାୟକ ମାର୍ଗ, ଗୋପବନ୍ଧୁ ମାର୍ଗ ଉପର ସବୁ ସମୟରେ ଗାଡି ମୋଟର ଭିଡ଼ ପରିଲକ୍ଷିତ ହୋଇ ଅନେକ ସମୟରେ ଦୃଘଟଣା ଘଟୁଛି।ରାସ୍ତା କଡରେ ବଡ଼ ବଡ଼ ଟଲର,କାରଖାନା ରେ ନିୟୋଜିତ ବୋଝେଇ ଗାଡି, ସୁକିନ୍ଦା ଖଣି ରୁ ପରିବହନ ଗାଡି ସବୁ ଏହିସବୁ ରାସ୍ତା କଡ଼ରେ ,ରାସ୍ତା ଉପରେ ଗାଡି ଗୁଡିକ ସବୁ ରଖି ଟ୍ରାଫିକ ସମସ୍ୟା ଉପୁଜିଥିବା ରୁ ସାଧାରଣ ଜନତା ଯିବାଆସିବା ରେ ବହୁ ଅସୁବିଧା ସମୁଖୀନ ହେଉଛନ୍ତି।ରାସ୍ତା କଡରେ ଥିବା ଷ୍ଟ୍ରିଟି ଲାଇଟଅନେକ ସମୟରେ ଜଳୁ ନାହିଁ, ରାତିରେ ଜଳିବା ବଦଳ ରେ ଧପ ଧପ ହେଉଛି।ଗୋପବନ୍ଧୁ ମାର୍ଗ ବୋଲାଉଥିବା ମଇଥାନ ଚାରିଛକ ରୁ ବି ଆର ପିଏଲ ଛକ ଭିତରେ ଥିବା ଷ୍ଟ୍ରିଟି ଗୁଡିକ ରାତିରେ ନଜଳି ଅମାବାସ୍ୟା ବ୍ରତ ପାଳନ କରୁଛନ୍ତି।ଷ୍ଟ୍ରିଟି ଲାଇଟ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଇଥିବାରୁ ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ନ ଜଳିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି।ମାତ୍ର ଏହି କଲିଙ୍ଗନଗର ରେ ହୋଇଥିବା କାରଖାନା ମାନେ କଲିଙ୍ଗନଗର ର ଉର୍ନତି ପାଇଁ ଚିନ୍ତା ନ କରି କଲିଙ୍ଗନଗର ବାହାରେ ବହୁ ଉର୍ନତି କରୁଥିବା ଦେଖିବାକୁ ମିଳିଛି ଯାହା ପାଇଁ ସ୍ଥାନୀୟ ଅଞ୍ଚଳ ରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏକ ଲଜ୍ଯା ର ବିଷୟ ବୋଲି ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି।ତାହା ସହିତ କଳିଙ୍ଗନଗର ର ଉର୍ଣ୍ଣତି ପାଇଁ ପ୍ରତେକ କ୍ଷେତ୍ରରେ ଆଧୁନିକ କରିବା ପାଇଁ ଶିଳ୍ପପତି ମାନେ କେବେ ହାତ ବଢ଼ାଇ ଆଗେଇ ଆସିବେ ଚାହିଁ ରହିଛି କଳିଙ୍ଗନଗର ର ସାଧାରଣ ଜନତା ।କଳିଙ୍ଗନଗର ଥିବା ରାସ୍ତା ର ଉର୍ଣ୍ଣତି, ଜଳନିଷ୍କସନ ପାଇଁ ପ୍ରସସ୍ଥ ଡ୍ରେନ ସୁବିଧା, ଷ୍ଟ୍ରିଟି ଲାଇଟ ଓ ପ୍ରତେକ ଛକ କୁ ଆଧୁନିକତାର ସହିତ ଗୋଳେଇ ଛକ ରେ ପରିଣତ କରିବା କୁ ବୁଦ୍ଧିଜୀବି ମାନେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *