ଅବକାରୀ ପୋଲିସ ପରିଚୟ ଦେଇ ଚାଲିଥିଲା ବଟି ଆଦାୟ

ଫୋକସ ପ୍ଲସ(ଡେରାବିଶ) ୩୧/୦୭/ ୨୦୨୨:ଆଜି କାଲି ଦିନକୁ ଦିନ ଡେରାବିଶ ବ୍ଲକ ହରିଅଙ୍କରେ ବିଭିନ୍ନ ଆଶ୍ଚର୍ଯ୍ୟକର ଓ ଅଜବ ଘଟଣା ଦେଖିବାକୁ ମିଳୁଛି. କିଏ ନିଜକୁ ଠାକୁରାଣୀ ଙ୍କ ଅବତାର ବୋଲାଉଛି ତ କିଏ ନିଜକୁ ଅବକାରୀ ବିଭାଗ ର ପୋଲିସ ବୋଲି କହି ବଟି ମାଗୁଛି |
ହେଲେ କଥାରେ ଅଛି ସବୁ ଦିନ ଚୋର ଘର ଅନ୍ଧାର ରୁହେନାହିଁ |

ରାତି ବାରଟା ବେଳେ ଦୁଇ ଜଣ ଯୁବକ ହରିଅଙ୍କ ଅଞ୍ଚଳ ର ଜଣେ ବ୍ୟବସାୟୀ ଙ୍କ ଘରକୁ ଯାଇ ନିଜକୁ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ କହି ତାଙ୍କଠାରୁ ମଦ ଓ ଟଙ୍କା ମାଗିଲେ. ସେ ନଦେବାରୁ ତାଙ୍କୁ ଅସଭ୍ୟ ବ୍ୟବହାର କରି କଲର ଧରି ଧମାକାଇଲେ |ହେଲେ ଦୁଇ ଯୁବକ ଙ୍କୁ ଏସବୁ କରିବା ପଡିଲା ମହଙ୍ଗା. ସେହି ସମୟରେ ଗ୍ରାମର କିଛି ଲୋକ ସେମାନଙ୍କୁ ଅଟକାଇ ଦେଲେ |

ଜଣେ ଯୁବକ ଘଟଣା ସ୍ଥଳ ରୁ ଖସି ପଳେଇଥିବା ବେଳେ ଆଉ ଜଣଙ୍କୁ ଅଟକାଇ ଗ୍ରାମବାସୀ ଓ ବ୍ୟବସାୟୀ ନିର୍ଧୁମ ଛେଚିଲେ ଏନେଇ ସେଇ ବ୍ୟବସାୟୀ ଜଣଙ୍କ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡିରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିବା ଗ୍ରାମବାସୀ ଦର୍ଶାଇଛନ୍ତି. ଗ୍ରାମ ବାସି ଙ୍କ କବଳ ରେ ଅଟକ ଥିବା ଯୁବକ ଭାଗ୍ୟଧର ମଲ୍ଲିକ(ସୁକ)ଓ ଖସି ପଳାଇଥିବା ଯୁବକ ଶ୍ରୀକାନ୍ତ ମଲ୍ଲିକ(ଟନ ) ଙ୍କ ନାମରେ ଏକ ଲିଖିତ ଅଭିଯୋଗ ଚାନ୍ଦୋଳ ଫାଣ୍ଡିରେ ହୋଇଅଛି |ତେବେ ବିଳମ୍ଭିତ ରାତି ରେ ନିଜକୁ ଅବକାରୀ ବିଭାଗ ର କର୍ମଚାରି ବୋଲି ପରିଚୟ ଦେଇ ଲୋକ ଙ୍କୁ ଡରାଇ ଓ ବ୍ୟବସାୟୀ ଙ୍କୁ ଧମକ ଦେଇ ଚାନ୍ଦା ଆଦାୟ କରିବା ର ଦୁଃସାହସ କରିଥିବା ଯୁବକ ଙ୍କୁ ଗ୍ରାମ ବାସି ଉତ୍ତମ ମଧ୍ୟମ ଦେଇ ସାଇଜ କରିଛନ୍ତି |
ଅଟକ ଥିବା ସୁକ ନିଜ ସାଙ୍ଗ ଅବକାରୀ ବିଭାଗ ଗାଡି ଡ୍ରାଇଭର ବୋଲି ସୂଚନା ଦେଇଛି

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *