ଫୋକସ ପ୍ଲସ(ଧର୍ମଶାଳା): ଧର୍ମଶାଳା ଅଞ୍ଚଳର ବହୁ ପୁରାତନ ସ୍ବେଛାସେବୀ ସଂଗଠନ ଭାବେ ଧର୍ମଶାଳା ବିକାଶ ପରିଷଦ ରହିଛି |ସଂଘର ସଭାପତିଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସଂଘର ସଦସ୍ୟ ମାନେ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କ 44 ତମ ଜନ୍ମ ଦିବସ ଅବସରରେ |ଧର୍ମଶାଳା ବ୍ଲକ ବଡ଼ମଙ୍ଗଳପୁର ପଞ୍ଚାୟତ ଶାନ୍ତିବଜାର ଠାରେ ଥିବା ସମ୍ରାଟ ମଣ୍ଡପ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ଓଡିଶା ଡ୍ରାଇଭର ମହାସଙ୍ଗର ଧର୍ମଶାଳା ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ଅମିୟ ମଳିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଶିବିରରେ ବ୍ଲକର ଚଉଦ ଓ ପନ୍ଦର ନମ୍ବର ଜୋନର ଅନେକ୍ ଯୁବକ ତଥା ବିକାଶ ପରିଷଦର ଶତାଧିକ ସଦସ୍ୟ ଯୋଗଦେଇ 120 ୟୁନିଟ୍ ରକ୍ତଦାନ କରିଥିଲେ | ସଭାପତି ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି, ତେବେ ଶିବିରକୁ ଜିଲ୍ଲା ରେଡ୍ କ୍ରସ୍ ପକ୍ଷରୁ ଏକ ଡାକ୍ତରୀ ଟିମ ଦ୍ଵାରା ସହଯୋଗ ମିଳିଥିଲା, ଧର୍ମଶାଳା ବିକାଶ ପରିଷଦ କେବଳ ରକ୍ତଦାନ ନୂହେଁ ଅଞ୍ଚଳରେ ଅନେକ ବେକାରୀ ଯୁବକଙ୍କୁ ବେସରକାରୀ ସ୍ତରରେ ନିଯୁକ୍ତି ଦେବା ସହ ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛି |
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏଭଳି ଏକ ରକ୍ତଦାନ ଶିବିର ଦ୍ଵାରା 120 ୟୁନିଟ୍ ରକ୍ତ ସଂଗ୍ରହ ହେବା ପରେ ଅଞ୍ଚଳର ବୁଦ୍ଧିଜିବୀ ମହଲରୁ ବେଶ୍ ପ୍ରଶଂସା ସାଉଁଟିଛି ଧର୍ମଶାଳା ବିକାଶ ପରିଷଦ, ଅନ୍ୟପଟେ ଏହି ଶିବିରରେ ଜାରକା ଫାଣ୍ଡି ଅଧିକାରୀ, ଜାରକା, ନେଉଳପୁର, ନରସିଂହପୁର ଓ କୁଆଖିଆ ବିଦ୍ୟୁତ୍ ବିଭାଗର ଅନେକ୍ କର୍ମଚାରୀ, ବ୍ଲକ ଡ୍ରାଇଭର୍ ସଂଘର ସଦସ୍ୟ ମାନେ ଯୋଗଦେଇ ରକ୍ତଦାନ କରିଥିଲେ, ଉକ୍ତ ଶିବିରରେ ଅନେକ ସମାଜ ସେବୀ ସାମ୍ବାଦିକ ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ, ତେବେ ଆଗାମୀ ଦିନରେ ଧର୍ମଶାଳା ଅଞ୍ଚଳର ପ୍ରତ୍ୟକଟି ସାମଜିକ କାର୍ଯ୍ୟରେ ବିକାଶ ପରିଷଦ ସାମିଲ ହେବ ବୋଲି ସଭାପତି ମତ ରଖିଥିଲେ |
ଧର୍ମଶାଳାରୁ ଦିବାକର ଲେଙ୍କାଙ୍କ ରିପୋର୍ଟ