ଅନୁଷ୍ଠିତ ହେଲା ସୁରଭି କାର୍ଯକ୍ରମ

ଫୋକସ ପ୍ଲସ(କନ୍ଧମାଳ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନରେ ଥିବା ରେବିଙ୍ଗିଆ ଗ୍ରାମ ପଞ୍ଚାୟତର କୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରେବିଙ୍ଗିଆ ଗ୍ରାମ ପଞ୍ଚାୟତ ର 9 ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମଧୁସୂଦନ ନାୟକ ସଭାପତିତ୍ବ କରିଥିଲେ। ସି.ଆର୍. ସି. ଶ୍ରୀ ଚନ୍ଦ୍ର ଭାନ ଭୋଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ପିଲା ମାନଙ୍କ ମଧ୍ୟରେ ଥିବା ଲୁକାୟତ ପ୍ରତିଭା, ଦକ୍ଷତା ର ପରିପ୍ରକାଶ ଏହି ଶିଶୁ ମହୋତ୍ସବ ର ମୂଳ ଉଦ୍ଦେଶ୍ୟ। ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସଭାପତି ଶ୍ରୀ ମଧୁସୂଦନ ନାୟକ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ,ସମସ୍ତ ପିଲାମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା ।ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପଲସ |

କନ୍ଧମାଳରୁ ଜୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *