ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟପାଳ |

ଅନୁଗୋଳ ୦୬/୧୨(ଫୋକସ ପ୍ଲସ); ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଗତ କାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଜି ଠାରୁ ଦୁଇ ଦିନିଆ ଅନୁଗୋଳ ଜିଲ୍ଲାକୁ ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ପ୍ରଥମେ ନାଲକୋ ଗେଷ୍ଟ ହାଉସ୍ ରୁ ବାହାରି ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡି ଖ କେନ୍ଦ୍ର ପରିଦର୍ଶନ କରିଥିଲେ। ଅଙ୍ଗନବାଡି ର ଛାତ୍ରଛାତ୍ରୀ ମାନେ ମହାମହିମ ରାଜ୍ୟପାଳ ଙ୍କୁ ପୁଷ୍ପ ଦେଇ ସ୍ଵାଗତ କରିଥିଲେ। ତୁରଙ୍ଗ ପଞ୍ଚାୟତର SHG ମହିଳା ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ବୁଝାଇଥିଲେ । ସେଠାରୁ ବାହାରି ଶିକ୍ଷକପଡା ମେଘା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ। ତା ପରେ ବାଜି ରାଉତ ଛାତ୍ରାବାସ ରେ ପହଁଚି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମାଧି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବାଜି ରାଉତ ଛାତ୍ରାବାସ ର ପିଲା ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଅନ୍ୟ ବହୁ କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋଗ ଦେଇଥିଲେ। ମହାମହିମ ରାଜ୍ୟପାଳଙ୍କ ଗସ୍ତ ପାଇଁ ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *