ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ,ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସୁଧାଂଶୁ ଶେଖର ରାଉତ।

ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଅନୁଗୁଳ ପ୍ରେସ ଚାମ୍ବର ଦ୍ଵାରା ଲଗାତାର ଦ୍ଵିତୀୟ ବର୍ଷ ପାଈଁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଅନୁଗୁଳ ର ଏକ ହୋଟେଲ ରେ ଏହା ପାଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ୱାଦିକ ସୁଧାଂଶୁ ଶେଖର ରାଉତ ଓ ସମ୍ମାନିତ ଅତିଥି ଭାବେ ଫୋକସ ପ୍ଲସ ର ସହ ସମ୍ପାଦକ ତୃଣବିନ୍ଦୁ ମହାନ୍ତି ଯୋଗ ଦେଇଥିଲେ। ଅନୁଗୁଳ ପ୍ରେସ ଚାମ୍ବର ର ପ୍ରାୟ ସମସ୍ତ ସଦସ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ। ଚାମ୍ବର ର ସଭାପତି ଜଗଦିଶ ପ୍ରସାଦ ଅଗ୍ରୱାଲା ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତରିୟ ପ୍ରଧାନ କରି ସ୍ଵାଗତ କରିଥଲେ। ପରେ ଚାମ୍ବର ର ସାଧାରଣ ସମ୍ପାଦକ ବିଜୟ କୁମାର ଦେ ଅତିଥି ମାନଙ୍କ ପରିଚୟ ଦେବା ସହ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସାମ୍ୱାଦିକ ମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସୁଧାଂଶୁ ଶେଖର ରାଉତ ନିଜ ଭାଷଣରେ ସାମ୍ବାଦିକଙ୍କ ମାର୍ଗଦର୍ଶନ କରିବା ସହ ନିଜ ଅନୁଭବ ରୁ ଅନେକ ଉପଦେଶ ଦେଇଥିଲେ। ସୁଧାଂଶୁ ବାବୁ ସାମ୍ୱାଦିକ ମାନଙ୍କୁ ନିର୍ଭୀକ ହୋଇ ପର୍ଯ୍ୟାପ୍ତ ତଥ୍ୟ ଅନୁଯାୟୀ ସାଧାରଣ ଲୋକଙ୍କ ହିତରେ କାମ କରିବାକୁ ଉପଦେଶ ଦେଇଥିଲେ। ଅନେକ ଚାପ ଓ ଝଡ଼ଝଞ୍ଜା ମଧ୍ୟରେ ଜଣେ କାର୍ଯ୍ୟରତ ସାମ୍ବାଦିକ କାମ କରିଥାଏ ବୋଲି କହିଥିଲେ। ସାମ୍ୱାଦିକ ମାନେ ନିଜ ମଧ୍ୟରେ ଛୋଟ ବଡ ଭେଦଭାବ ନ ରଖି କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ଆଜିର ପ୍ରତିଯୋଗିତା ମୂଳକ ଯୁଗରେ କମ ଅର୍ଥରେ ସାମ୍ୱାଦିକ ମାନେ କାମ କରିବାକୁ ବାଧ୍ୟ ହେଉଥିବାରୁ ଶ୍ରୀ ରାଉତ ଚିନ୍ତା ବ୍ୟକ୍ତ କରିଥିଲେ। ଏହା ସହିତ ଅନେକ ଉପଦେଶ ମଧ୍ୟ ଦେଇଥିଲେ। ଉପସ୍ଥିତ ସାମ୍ୱାଦିକ ମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ।ଶେଷରେ ମୁଖ୍ୟ ଅତିଥି ସୁଧାଂଶୁ ଶେଖର ରାଉତ କିଛି ସାମ୍ବାଦିକଙ୍କୁ ତାଙ୍କ କାର୍ଯ୍ୟ ପାଈଁ ଉତରୀ ଦେଇ ସମ୍ମାନିତ କରିଥଲେ।

Leave a Reply

Your email address will not be published. Required fields are marked *