ଅନୁଗୁଳରେ ସଡ଼କ ଦୁର୍ଘଟଣା। ଗଲା ୨ ଜୀବନ

ବାଇକ ଦୁର୍ଘଟଣା ,୨ମୃତ ଜଣେ ଗୁରୁତର ।
ଅନୁଗୋଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଉଛନ୍ତି ।ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ ୩ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ଜଣଙ୍କୁ ରିସିଭ ଡେଥ ଘୋଷଣା କରାଯାଇଥିବାବେଳେ ଅନ୍ୟ ଜଣଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।ଆଉ ଜଣେ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ମୃତକ ଓ ଆହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *