ସୂଚନା ଅନୁସାରେ, କହ୍ନେଇନଗର ଶିବରାମ ନାଏକ ଓ ବିଷ୍ଣୁ ନାଏକ ଆଉ କିଛି ଲୋକଙ୍କ ସହ ଆଜି ଏକ ଅଟୋରେ ବଡ଼କେରା ପଟରୁ ବନ୍ତଳା ଆଡ଼କୁ ଯାଉଥିଲା ସମୟରେ ରାତି ପ୍ରାୟ ୮ଟା ବେଳକୁ ଅଜଣା ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ବିଷ୍ଣୁଙ୍କ ଜଂଘରେ ଗୁଳି ବାଜିଥିଲା ବେଳେ ଶିବଙ୍କ ହାତ ଓ ଗୋଡ଼ରେ ଗୁଳି ବାଜିଛି। ତେବେ କିଏ ଏହି ଗୁଳିମାଡ଼ କରିଛି ତା’ ସ୍ପଷ୍ଟ ହୋଇନି। ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି
ଅନୁଗୁଳରେ ଗୁଳିମାଡ଼: ୨ଜଣ ଗୁରୁତର, ଲୋକେ ଭୟଭୀତ
