ଅନୁଗୁଳ,ପାଲଲହଡା ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଘଟଣାରେ ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-ମୃତକଙ୍କ ପରିବାରକୁ ୨ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା
-ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୂଚନା‌ ଅନୁସାରେ ଆଜି ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା। ସରକାରୀ ଯାତ୍ରୀବାହୀ ବସ୍‌ଟି ଜାତୀୟ ରାଜପଥରେ ଆଗକୁ ବଢୁଥିବା ବେଳେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ଟି ସାଧାରଣ ଦୁର୍ଘଟଣାର ସାମ୍ନା କରି ନଥିଲା। ଏହା ସଂପୂର୍ଣ୍ଣ ଓଲଟି ପଡ଼ିଥିଲା।

Leave a Reply

Your email address will not be published. Required fields are marked *