ଅନାଥ ଝିଅ ଝିଲି ଖେଳିବେ ଜାତୀୟ ଦୃଷ୍ଟି ବାଧୂତ କ୍ରିକେଟ

ଫୋକସ ପ୍ଲସ 17/3/23(ବ୍ୟୁରୋ): ଭଙ୍ଗା ଦଦରା ଚାଳ ଘରୁଯାଇ ଡେରାଡୁନ ପରେ ବାଙ୍ଗାଲୋର ରୁ ନେପାଳ ସବୁଥିଲା ଭଗବାନ ଙ୍କ ନିର୍ଦ୍ଦେଶ। କାରଣ ଭଗବାନ ଙ୍କ ବିନା ଗଛ ର ପତ୍ର ଟିଏ ବି କଅଁଳି ପାରେନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏବେ ବାପା ମାଆ ଛେଉଣ୍ଡ ଝିଲି ବିରୁଆ ଙ୍କ ଭାଗ୍ୟ ରେ।ନା ଅଛି ଖେଳ ସାମଗ୍ରୀ, ନା ଅଛନ୍ତି ଖେଳିବାକୁ ସାଥୀ, ପିଲା ଟି ଦିନରୁ ବଡ ଦୁଃଖ କଷ୍ଟ ରେ ଜେଜେ ମା ଦାନ୍ତ କାଠି ବିକି ବଞ୍ଚାଇ ରଖିବା ପରେ, ଭଗବାନ ହେଲେ ସାହା, ଯାହାକି ହାଟଡିହି ଅଞ୍ଚଳ ରୁ ଯାଇ ଆନ୍ତର୍ଜାତିକ ସ୍ତରରେ କ୍ରିକେଟ ଖେଳିବେ ଝିଲି ବିରୂଆ ଦୃଷ୍ଟି ବଧିତ ଟିମ୍ ପକ୍ଷରୁ। । ମହିଳା ଦୃଷ୍ଟିବାଧୂତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝଟକିବେ ଝିଲି । କେନ୍ଦୁଝର ଜିଲ୍ଲା ର ହାଟଡିହି ବ୍ଲକ ଝଣଝଣା ଗାଁର ଝିଲ୍ଲି ବିରୁଆ । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଅନାଥ ପରିଚୟରେ ଦିନ କାଟି ଆସୁଛନ୍ତି । ଜେଜେମାଙ୍କ ସାହାରାରେ ଜୀବନ ଜିଉଁଥିବା ଝିଲିଙ୍କ ପାଇଁ ଏବେ ଅପେକ୍ଷା କରିଛି ଏକ ଖୁସିର ମୁହୂର୍ତ୍ତ । ମହିଳା ଦୃଷ୍ଟିବାଧୂତ କ୍ରିକେଟ ଖେଳାଳି ଭାବେ ରାଜ୍ୟରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ବାହାର ଦେଶରେ ଦେଖାଇବେ ପ୍ରତିଭା ।
ଭିଓ – ୨ ଆନ୍ତର୍ଜାତିକ ମହିଳା ଦୃଷ୍ଟିବାଧୂତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରୁ ୫ ଜଣକ ନାଁ ଚୟନ ପ୍ରକ୍ରିୟା ନିମନ୍ତେ ବଛାଯାଇଛି । ଯେଉଁଥରେ ରହିଛି ଝିଲ୍ଲୀଙ୍କ ନାଁ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ବେଳେ ଧୂଳିଧୂଷର ହୋଇରହିଛି ଝିଲ୍ଲୀଙ୍କ ଟ୍ରଫି ଓ ମାନପତ୍ର । ଗିରିବୀ କେବେବି ଭିନ୍ନକ୍ଷମ ଝିଲ୍ଲୀଙ୍କୁ ଅଟକାଇ ପାରିନାହିଁ । ତାଙ୍କର ସଫଳତାରେ ଆନନ୍ଦପୁର ଉପଜିଲ୍ଲାପାଳ ସମ୍ବର୍ଦ୍ଧନା ଜଣାଇବା ଭବିଷ୍ୟତ ଉଜ୍ବଳ ନେଇ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *