ଅଧବାର୍ଷିକ ନପୂରୁଣୁ ଭୁଷୁଡ଼ି ପଡିଲା ପଥର ପ୍ୟାକିଙ୍ଗ

ଫୋକସ ପ୍ଲସ(କେନ୍ଦ୍ରାପଡ଼ା ): •ବିପଦ ଆସଙ୍କାରେ ୫ ପଞ୍ଚାୟତ ବାସିନ୍ଦା |
•ବିନା ସୂଚନା ଫଳକରେ ହୋଇଛି ନିମ୍ନମାନର କାର୍ଯ୍ୟ |
•ପୂଣି ପଦାକୁ ଆସିଲା ରାଜନଗର ତଟବନ୍ଧ ବିଭାଗର ବାସ୍ତବ ଚିତ୍ର |

ସମୁଦ୍ର ଲିଣି ଜୁଆର ପାଣିରୁ ଲୋକଙ୍କୁ ସୁରକ୍ଷା ଦେବାକୁ ଉପକୂଳ ବତୀ ଅଞ୍ଚଳରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସୁରକ୍ଷା ବନ୍ଦ ନିର୍ମାଣ କରାଯାଉଛି ଏବଂ ବନ୍ଧକୁ ସୁରକ୍ଷା ଦେବା ପାଇଁ ଲକ୍ଷାଦିକ ଟଙ୍କା ଖର୍ଚ୍ଚ କରାଯାଇ ଜାଗା ଜାଗାରେ ବନ୍ଧ ପାର୍ଶ୍ୱରେ ପଥର ପ୍ୟାକିଙ୍ଗ କରାଯାଉଛି ହେଲେ କିଛି ଜାଗାରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଲକ୍ଷା ଦିକ ଟଙ୍କା ପାଣିରେ ମିଶୁଛି | ଏମିତି ଏକ ଦୂର୍ଷ୍ୟ ଦେଖି ବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କେରୁଆପାଳ ପଞ୍ଚାୟତରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ପଞ୍ଚାୟତ ବାସୀଙ୍କ ସୁରକ୍ଷା ପାଇଁ ପ୍ରଭାତୀ ଗାଁର ଟେଙ୍କ ନିକଟରେ ଲୁଣାଘେରି ରାସ୍ତାରେ ପ୍ରାୟ ଦଶଲକ୍ଷ ଟଙ୍କା ବିନୀମୟରେ ହୋଇଥିବା ପଥର ପ୍ୟାକିଙ୍ଗ କାର୍ଯ୍ୟଟି ନିମ୍ନ ମାନର ହୋଇଥିବାରୁ ଏହା ମାତ୍ର ତିନି ମାସ ନପୂରୁଣୁ ଭୁଶୁଡି ପଡ଼ିଛି | ଫଳରେ ସୁରକ୍ଷା ବନ୍ଧକୁ ଲୁଣା ପାଣି ମାଡିଯାଇ ଭାଙ୍ଗି ଦେବାର ଆଶଙ୍କାରେ ପାଞ୍ଚୋଟି ପଞ୍ଚାୟତର ଲୋକେ | ଉକ୍ତ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧି ପହଁଚି ଖବର ସଂଗ୍ରହ କରୁଥିବାର ଖବର ପାଇ ପରେ ପରେ ବିଭାଗୀୟଙ୍କ ତରଫରୁ ବାଲି ବସ୍ତା ପକାଇ ବଲ୍ହା ଦ୍ୱାରା ସୁରକ୍ଷା ବାଡ ଦିଆଯାଉଥିବା ଦେଖିବାକୁ ମିଳିଛି | ସେହିପରି ସମାନ ଦୂର୍ଷ୍ୟ ମଧ୍ୟ ଦେଖିବାକୁ ମିଳିଛି କଣ୍ଡିରା ପଂଚାୟତର ବଳରାମପୁର ଠାରୁ ପଦଲାପୂର ମଝିରେ ପାଟଶାଳା ନଦୀବନ୍ଧର ସୁରକ୍ଷା ପାଇଁ ବନ୍ଧପାର୍ଶ୍ୱରେ ପଥର ପ୍ୟାକିଙ୍ଗ ହୋଇଥିଲା ହେଲେ ତାହା ଅଳ୍ପ ଦିନରେ ଭୁଶୁଡି ଯାଇଥିବା ଲୋକେ ଅଭିଯୋଗ ଆଣିଛନ୍ତି |

ଏ ନେଇ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପତିକ୍ରିୟା ମିଳିପାରି ନାହିଁ | ସରକାର ଜନହିତକର କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଦୁର୍ନୀତି ଖୋର ଅଧିକାରୀଙ୍କ ପାଇଁ ବହୁଅର୍ଥ ପାଣିରେ ପଡୁଥିବା ବେଳେ ଜନସାଧାରଣ ଏହାର ସୁଫଳ ପାଇପାରୁ ନଥିବାର ଜଣାପଡୁଛି |

କେନ୍ଦ୍ରାପଡ଼ା ରାଜନଗରରୁ କୁମାର ଅଜୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *