ରାୟଗଡା05/12/2023; ଅଦିନିଆ ବର୍ଷାକୁ ନେଇ ଓରେଞ୍ଜ ଆଲର୍ଟରେ ରହିଛି ରାୟଗଡା ଜିଲ୍ଲା | ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି ଉଠିଛି | ଡକାଵାଜି ଯନ୍ତ୍ର ମାଧ୍ୟମରେ ଦୁଇଦିନ ହେଲା ଜିଲ୍ଲାର ଚାଷୀଙ୍କୁ ପରାମର୍ଶ ଦିଆଯାଇଛି | ଅମଳ ଧାନ, କପା, ମାଣ୍ଡିଆ ସହ ପନିପରିବା ଭଳି ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସଚେତନତା କରାଯାଉଛି । ଅନ୍ୟପଟେ ଅମଳ ସମୟ ରେ ବାତ୍ୟାକୁ ନେଇ ଚାଷୀ କୁଳ ଚିନ୍ତାରେ ପଡି ଯାଇଛି ଚାଷୀ କୂଳ। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତା ୫ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା ।ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ଚାଷୀକୁଳ ଏବେ ଭୟବିତ ଅବସ୍ଥାରେ।ସମ୍ଭାବ୍ୟ ବାତ୍ୟା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଭୟଭୀତ ହେଲେଣି ଚାଷୀ କୁଳ । ବାତ୍ୟାର ପ୍ରଭାବ ଧୀରେ ଧୀରେ ଦେଖା ଦେବା ରୁ ଏବେ ଚାଷୀ ମାନଙ୍କ ଛାତିରେ ପଶିଛି ଛନକା ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କାଲିଠାରୁ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ରାୟଗଡା, ଗଂଜାମ ଓ ଗଜପତି ଭଳି ୫ ଟି ଜିଲ୍ଲା ଓରେଞ୍ଜ ଆଲର୍ଟ ରେ ରହିଥିବା ବେଳେ ତା ମଧ୍ୟରେ ରହିଛି ରାୟଗଡ ଜିଲ୍ଲା। କାହା ଜମିରେ ଧାନ ଅମଳ ହୋଇଥିବା ବେଳେ ଅନେକ ଚାଷୀଙ୍କ ଅମଳ ସମୟ ଇ ଧାନ ଅମଳ କରି କେଉଁ ଚାଷୀ ଖୋଲାରେ ଢାଳିଛି ତ ଆଉ କିଏ ଖୋଲା ମେଳାରେ ଆକାଶ ତଳେ ପକାଇ ରଖିଛି। କେତେକ ସ୍ଥାନରେ ଜମିରେ ଧାନ ଗଛ ସୋଇ ରହିଛି। ଜିଲ୍ଳାରେ ଚଳିତ ବର୍ଷ ବର୍ଷା ଅଭାବ ରୁ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ଅନେକ ଚାଷୀଙ୍କ ଫସଲକୁ ନଷ୍ଟ କରି ଦେଇଛି, ଏବେ ଆହୁରି ଆସୁଛି ସମ୍ଭାବ୍ୟ ଅଦିନିଆ ବର୍ଷା, ଚାଷୀ କୁଳର ଫସଲ କୁ ଅଧିକ ପ୍ରଭାବିତ କରିପାରେ ତାହାକୁ ନେଇ ଚିନ୍ତାରେ ଚାଷୀକୂଳ ରହିଛନ୍ତି । ସମୟ କମ ଥିବାରୁ ନିଜ କଷ୍ଠାର୍ଜିତ ଫସଲ କୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି ଚାଷୀ କୂଳ। ଏଣୁ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାୟଗଡା ଜିଲ୍ଳା କୃଷି ବିଭାଗ ପକ୍ଷରୁ କ୍ଷେତ୍ର କର୍ମଚାରୀ ଏବଂ ଡାକବାଜି ଯନ୍ତ୍ର ଦ୍ୱାରା ଚାଷୀ ପରିବାରକୁ ସଜାଗ କୋରାଯାଇଛି |