ଅଜବ ବିବାହ ଅଜବ ପରମ୍ପରା

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଏମିତି ଏକ ପରମ୍ପରା ଯାହା ଶୁଣିଲେ ଆପଣ ଚକିତ ହେବେ | ଏମିତି ଏକ ଗାଁ ଯାହା ସେଠାକାର ଏଭଳି ପରମ୍ପରା ବିଷୟରେ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ |ଦର୍ଶକ ବନ୍ଧୁ ବିବାହ କଥା ଉଠିଲେ ସମସ୍ତେ ରୀତି ନୀତିକୁ ଆଗ ଦେଖିଥାନ୍ତି | କିନ୍ତୁ ଏଠି ଏମିତି ଏକ ବିବାହ ଯାହାର କୌଣସି ରୀତି ନୀତି ନାହିଁ |ଏଠାରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି | ତେବେ ଏଠି ବିବାହ ପୂର୍ବରୁ ଝିଅ ମାନେ ଲିଭଇନରେ ରୁହନ୍ତି। ଗ-ର୍ଭ-ବ-ତୀ ହୁଅନ୍ତି ସନ୍ତାନ ପ୍ର-ସ-ବ ବି କରନ୍ତି। ତା’ପରେ ଯାଇ ବିବାହ କରନ୍ତି ଝିଅ। ଏଭଳି ଏକ ଅଜବ ସମ୍ପ୍ରଦାୟ ଯେଉଁଠି ଝିଅ ମାନଙ୍କୁ ମିଳିଥାଏ ପୂର୍ଣ୍ଣ ସ୍ଵାଧୀନତା।ଏହା କୌଣସି ବିଦେଶୀ ସମ୍ପ୍ରଦାୟର ନୁହେଁ ଆମ ଦେଶ ଭାରତରେ ହିଁ ରହିଛି। ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଗୁଜୁରାଟରେ ବସବାସ କରିଥାନ୍ତି ଏହି ଜନଜାତି। ଏଭଳି ଏକ ଜନଜାତି ହେଇଛି ଟିଟୋ ଜନଜାତି। ବିବାହ ପୂର୍ବରୁ ଝିଅ ମାନଙ୍କୁ ସନ୍ତାନ ଜନ୍ମ କରିବାକୁ ପଡ଼ିଥାଏ। ଆଉ ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରକ୍ରିୟାବି ରହିଛି। ପ୍ରତି ଦୁଇବର୍ଷରେ ଥରେ ଏକ ମେଳାର ଆୟୋଜନବି କରାଯାଏ ଯେଉଁ ଠାରେ ଝିଅ ନିଜ ପସନ୍ଦର ପୁଅକୁ ବାଛେ ଏବଂ ତାଙ୍କ ସହିତ ରହିବାକୁ ଆରମ୍ଭ କରେ।ଏହାପରେ ସେମାନେ ଗ-ର୍ଭ-ବ-ତୀ ହୁଅନ୍ତି ଏବଂ ସନ୍ତାନ ପ୍ର-ସ-ବ କରନ୍ତି। ଆଉ ତା’ପରେ ଯାଇଁ ସେମାନେ ବିବାହ କରିଥାନ୍ତି। ଏହି ସମ୍ପର୍କରେ ପିଲା ଜନ୍ମ ନହେଲା ପର୍ଯ୍ୟନ୍ତ ଉଭୟ ସାଥି ବିବାହ କଥା ଚିନ୍ତା କରନ୍ତି ନାହିଁ। ଏହା ପରେ ଯଦି କୌଣସି ସନ୍ତାନ ଜନ୍ମ ହେଇଥିଲେ ମଧ୍ୟ ସେମାନେ ସେ ପୁଅକୁ ବିବାହ କରିବେ କି ନାହିଁ ତାହା ମଧ୍ୟ ସେ ଝିଅ ଉପରେ ନିର୍ଭର କରେ।ଏଠାରେ ଝିଅ ମାନଙ୍କର ଏମିତି ନିଷ୍ପତି ନେବାର ସ୍ଵାଧୀନତା ଅଛି ଯେ ପିଲା ଜନ୍ମ ହେଲା ପରେ ମଧ୍ୟ ସେ ଅନ୍ୟ ପୁଅକୁ ବାଛିପାରନ୍ତି। ତେବେ ସମ୍ପ୍ରଦାୟରେ ଏକ ସନ୍ତାନ ଜନ୍ମ ହେଲା ପରେ ମଧ୍ୟ ବିବାହ ପାଇଁ ଝିଅ କିମ୍ୱା ପୁଅ ଉପରେ କୌଣସି ଚାପ ପଡ଼ିନଥାଏ। ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ ବିବାହ ଏକ ସାମାଜିକ କାର୍ଯ୍ୟ। ଆଉ ବିବାହକୁ ନେଇ ପ୍ରତ୍ୟେକ ସମାଜରେ ଭିନ୍ନ ଭିନ୍ନ ରୀତିନୀତି ଦେଖାଯାଏ। ବିବାହ ପୂର୍ବରୁ ଲିଭଇନ ରିଲେସନସିପ କଥା ତ ଆପଣ ମାନେ ଜାଣିଥିବେ।ଏଭଳି ସମ୍ପର୍କକୁ ସମାଜରେ ସହମତି ମିଳିବା ହୁଏତ ବହୁତ କଷ୍ଟକର ହୋଇଥାଏ। ତଥାପି ଅନେକ ଲୋକ ଏହାକୁ ସମର୍ଥନ କରୁଥାନ୍ତି। କିନ୍ତୁ ଟିଟୋ ଜନଜାତିର ଏଭଳି ଅଦ୍ଭୁତ ରୀତିନୀତିକୁ ଶୁଣି ବିଶ୍ବାସ କରିବା ଅତ୍ୟନ୍ତ କଷ୍ଟକର।

Leave a Reply

Your email address will not be published. Required fields are marked *