ଅଜଣା ଡ୍ରୋନ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ

ଫୋକସ ପ୍ଲସ(କେସିଙ୍ଗା)୦୯ /୦୮/୨୦୨୨: ରାତି ଅଧିଆ ଖୋଲା ଆକାଶରେ ଉଡୁଛି ଅଜଣା ଡ୍ରୋନ । କୋକୁଆ ଭୟ ଆଊ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ । ଗତ କିଛିଦିନ ହେବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ଡକାୟତି ଙ୍କ ପ୍ରାଦୁର୍ଭାବ ଦେଖାଦେଇଥିବା ବେଳେ।ଲୋକଙ୍କୁ ଏବେ ଅଜଣା ଡ୍ରୋନ ଆତଙ୍କିତ କରିଛି।ରାତି ଅଧିଆ ଖୋଲା ଆକାଶ ରେ ଉଡୁଛି ଏହି ଅଜଣା ଡ୍ରୋନ।   କାଣ୍ଡେଲ ଗାଁ ରେ ନିଦ ହଜାଇ ଦେଇଛି ଏହି ଅଜଣା ଡ୍ରୋନ।କୋକୁଆ ଭୟ ଆଉ ଆତଙ୍କ ରେ ଆତଙ୍କିତ ଅଞ୍ଚଳବାସୀ । ଗତ କିଛିଦିନ ହେବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ଡକାୟତି ଙ୍କ ପାଦୃର୍ଭାବ ଦେଖାଦେଉଥିବା ବେଳେ । ଲୋକେ ଏବେ ଏହି ଡ୍ରୋନ କ୍ୟାମେରା କୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। କେଉଁଠି ସାରା ରାତି ଗାଁ ଲୋକେ ହାତରେ ଠେଙ୍ଗା ବାଡି ଧରି ପହରା ଦେଉଥିବା ବେଳେ। ଆଉ କେଉଁଠି ଲୋକେ ସଂଧ୍ୟା ହେଲେ ଘରୁ ପଦାକୁ ବାହାରିବାକୁ ଭୟ କରିବା ସହିତ ତାଟି କବାଟ ବନ୍ଦକରି ଭିତରେ ରହୁଛନ୍ତି। ଗତ ୭ ତାରିଖ ରାତି ୧୨ ଟା ବେଳକୁ କେସିଙ୍ଗା ଥାନା ଅନ୍ତର୍ଗତ କାଣ୍ଡେଲ  ଗାଁ ଭିତରେ।ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନୋଟି ଡ୍ରୋନ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଗାଁ ର ମଧ୍ୟ ଭାଗରେ ଅବସ୍ଥିତ ଅଞ୍ଚଳରେ ଅନେକ ସମୟ ଧରି ଘୁରି ବୁଲୁଥିବା ବେଳେ, ଗାଁ ର କିଛି ବ୍ୟକ୍ତି ଙ୍କ ନଜର ରେ ଏହା ପଡ଼ିଥିଲା।ଏହାପରେ ନିଜ ନିଜ ମୋବାଇଲ ରେ ଏହାର ଫଟୋ ଏବଂ ଭିଡିଓ କୁ ସୁଟ କରିବା ପରେ । ସ୍ଥାନୀୟ ପୋଲିସ କୁ ମଧ୍ୟ ଏସଂପର୍କରେ ଜଣାଇଥିଲେ। ତେବେ ଏହା ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ପାଇଁ ନୁହେଁ ବରଂ ୪ ଟା ପର୍ଯ୍ୟନ୍ତ ଆକାଶରେ ଉଡିବୁଲୁଥିବା ଦେଖିବାକୁ ମିଳିଛି।  ଯାହା ଅନୁମାନ କରାଯାଉଛି ଏହା ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ କ୍ୟାମେରା ହୋଇଥିବା ଯୋଗୁଁ,
       କିଛି ସମୟ ତଳକୁ ଆସିବା ପରେ ସାଙ୍ଗେସାଙ୍ଗେ ଉପରକୁ ଉଭାନ ହୋଇଯାଉଛି । ତେବେ ବର୍ଷା ଯୋଗୁଁ ଆକାଶ ସଂପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବାରୁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନଥିଲେ ମଧ୍ୟ, ଏହା ଡ୍ରୋନ କ୍ୟାମେରା ଉଡୁଥିବା ସ୍ପଷ୍ଟ ହୋଇଛି।ତେବେ ଗୋଟିଏ ଗୋଟିଏ ସ୍ଥାନରେ ଏକାଧିକ ଥର ଠାବ ହୋଇଥିବା ବେଳେ ଗାଁ ରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।
ଲୋକେ ଭୟଭୀତ ଅବସ୍ଥାରେ ସାରା ରାତି ଅନିଦ୍ରା ହୋଇ ବାହାରେ ଘୁରି ବୁଲୁଥିବା ଜଣାପଡିଛି । ନିକଟରେ କଳାହାଣ୍ଡି ପୋଲିସ ଏକ ୧୧ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଧରିଥିବା ବେଳେ.. କିଛି ଟା ଆସ୍ଵସ୍ତି ମିଳିଥିବା ବେଳେ..।ଏବେ ପୁଣି ଏହି ଡ୍ରୋନ ଆତଙ୍କ ଲୋକଙ୍କ ଭୟକୁ ଆହୁରି ଦ୍ଵିଗୁଣିତ କରିଛି.। ତେବେ ଏପଟେ ପୋଲିସ ପକ୍ଷରୁ ଆଇନକୁ ହାତକୁ ନ ନେଇ ଯଦିଓ ଏଭଳି କିଛି ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ କିମ୍ବା ଚୋରି ଡକାୟତି ସନ୍ଦେହ ହୁଏ.,ତେବେ ତୁରନ୍ତ ଥାନାରେ ଜଣାଇବାକୁ କହିଛନ୍ତି କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ।  ଏପଟେ କେସିଙ୍ଗା ଥାନା ଅଧିନସ୍ଥ ବିଭିନ୍ନ ଗାଁ ମାନଙ୍କରେ ଏବେ ପୋଲିସ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଗତକାଲି କାଣ୍ଡେଲ ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପ ରେ କେସିଙ୍ଗା ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଉପସ୍ଥିତି ରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ଗତ କାଲି କାଣ୍ଡେଲ ଅଞ୍ଚଳରେ ଅଜଣା ଡ୍ରୋନ କ୍ୟାମେରା ରାତିରେ ଉଡୁଥିବା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ କେସିଙ୍ଗା ପୋଲିସ କୁ ଏନେଇ ଖବର ଦେଇଥିଲେ।ପୋଲିସ ସୁଚନା ପାଇ ଗାଁ ରେ ପେଟ୍ରୋଲିଂ କୁ କଡାକଡି କରିଥିବାବେଳେ। ଆଜି ଏଭଳି ସ୍ଥିତିରେ ଲୋକେ ଅନେକ ଅଜଣା ବ୍ୟକ୍ତିଙ୍କୁ ଚୋର, ଡକାୟତ ଭାବି ମାଡମାରିବା ବନ୍ଦ କରିବା ସହିତ ଆଇନ କୁ ହାତକୁ ନ ନେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।  ତେବେ ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ରେ ପଲମ ଫାଣ୍ଡି ASI ଶେଖର ଜେନା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ,କେସିଙ୍ଗା SI ଲୋରିସ ପ୍ରଧାନ, ASI ଅନୁପ କୁମାର ଶତପଥୀ, ଉପସ୍ଥିତ ରହିଥିଲେ।ଏହି ପରିପ୍ରେକ୍ଷିରେ ଅନେକ ସଚେତନତା ବାର୍ତ୍ତା ଜନସାଧାରଣ ଙ୍କୁ ପ୍ରଦାନ କରିଥିଲେ। ତେବେ ପୋଲିସ ଯେଭଳି ଗ୍ରାମାଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଛି, ପଞ୍ଚାୟତ ସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ପୋଲିସ ଭଳି  ଗୁରୁତ୍ଵ ଦେଇ ଜନସାଧାରଣ ଙ୍କ ସହିତ ଏଭଳି ଜନସଂପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଅସୁବିଧା ବିଷୟରେ ଆଲୋଚନା କଲେ ହୁଏତ ସମସ୍ତଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ ହେବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରନ୍ତା ବୋଲି ଉପସ୍ଥିତ ଗ୍ରାମବାସୀ ମାନେ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Leave a Reply

Your email address will not be published. Required fields are marked *