ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ ଘଟଣା, ଜଣେ ଗିରଫ

ଫୋକସ ପ୍ଲସ (ଗୁଣପୁର) ୦୨/୦୭/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରାମହାଁ ପଂଚାୟତ ର ଅଙ୍ଗନବାଡି ଦିଦି ତିଳତ୍ତମl ବେହେରା ଙ୍କୁ ଗତ 28ତାରିଖ ରେ ରାକେଶ ଦାସ (ମୂଷା )ନାମକ ଜଣେ ଅସାମାଜିକ ବ୍ୟକ୍ତି ମରଣ।ତ୍ମକ ଆକ୍ରମଣ କରିଥିଲା l ଯାହା ଦ୍ୱରା ଅଙ୍ଗନବାଡି ଦିଦି ବର୍ତମାନ କଟକ ବଡ ମେଡିକାଲ ରେ ଚିକିସ୍ଥିତ ଅବସ୍ଥାରେ ଅଛନ୍ତି l ଅଙ୍ଗନବାଡି ଦିଦି ଙ୍କ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ବେହେରା ଏହି ଘଟଣାକୁ ନେଇ ଧର୍ମଶାଳା ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ l ଧର୍ମଶାଳା ବ୍ଲକ ର ଅଙ୍ଗନବାଡି ଦିଦିଙ୍କ ସଙ୍ଘ, ରାଜ୍ୟ ଅଙ୍ଗନବାଡି ସଙ୍ଘ ର ସଭା ନେତ୍ରୀ ନନ୍ଦିନୀ ପଣ୍ଡା ଙ୍କ ନେତୃତ୍ୱ ରେ ଏହି ଘଟଣା କୁ ନେଇ ଧର୍ମଶାଳା ଥାନା ଅଧିକାରୀ ଙ୍କୁ ଭେଟି ଥିଲେ l ତୁରନ୍ତ ଆସାମୀ କୁ ନଧରିଲେ ଆଗାମୀ ଦିନରେ ଗଣ ଧାରଣା ଓ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଥିଲେ l ଯାହା ହେଉ ଶେଷରେ ଧର୍ମଶାଳା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ ଓ ତାଙ୍କ ଟିମ ଦୁର୍ଦାନ୍ତ ରାକେଶ ଦାସ (ମୂଷା )କୁ ଧରି ବାରେ ସଫଳ ହୋଇଛନ୍ତି l ତାଙ୍କୁ ଧରି ଧାରା 376/22,341,294,323,324,325,307,379,354,506, ipc ଧାରା ରେ କୋର୍ଟ ଚାଲାଣ କରିଛନ୍ତି l

Leave a Reply

Your email address will not be published. Required fields are marked *