ଫୋକସ ପ୍ଲସ (ଦଶରଥପୁର)୧୩/୦୭/୨୦୨୨ : ମିଳିମିଶି କରିଦେଲେ ସରକାରୀ ଅର୍ଥ ଚଳୁ। ସରକାରୀ ରାଜକୋଷ ରେ ଲଗାଇଲେ ଦାଗ। ଏମିତି ଏକ ଘଟଣା ଦେଖାଦେଇଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଅସନପୁର ଗ୍ରାମପଞ୍ଚାୟତରେ , ଏହି ପଂଚାୟତ ର। କେରୁଣା ଗ୍ରାମ ରେ ଅଙ୍ଗନବାଡି କାର୍ଯ୍ୟ ରେ ହେଇଛି ମହାଘୋଟଲା. ଏଠି ସରକାର ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳିଭଗତ ରେ ହୋଇଛି ଲକ୍ଷଧିକ ଟଙ୍କା ର ମହାଦୁର୍ନୀତି। ଆଉ ଯାହାର ଜ୍ୱଳନ୍ତ ଚିତ୍ର ହେଉଛି କେରୁଣା ଗାଁ ରେ ଥିବା ଏହି ଅଙ୍ଗନବାଡି କେନ୍ଦ୍ର। ଗୋଟିଏ ବର୍ଷରେ ଅର୍ଥାତ ୨୦୨୧- ୨୨ ରେ ପ୍ରଥମେ ସାତଲକ୍ଷ ସରକାରୀ ଅନୁଦାନ ରେ ଅଙ୍ଗନବାଡି କେନ୍ଦ୍ର ଟି ଛାତ ନପଡ଼ିଥିବା ବେଳେ ପ୍ରଥମ ଫଳକ ଟିକୁ ଭାଙ୍ଗି ଦେଇ ପୁନର୍ବାର ସେହି ୨୦୨୧-୨୨ରେ ୟାସ ଅନୁଦାନ ରେ ଦୁଇଲକ୍ଷ ଏହି କେନ୍ଦ୍ର ର ଉନ୍ନତି କରଣ ପାଇଁ ଆଣି ଦ୍ଵିତୀୟ ଫଳକ ଲଗାଇ, ମୋଟ ଏହିପରି ନଅ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଛାତ ନପଡି ପଡ଼ିରହିଛି କେନ୍ଦ୍ରଟି। ତେବେ ଏଠି ପ୍ରଶ୍ନ ଉଠେ ଅଙ୍ଗନବାଡି କେନ୍ଦ୍ର ସମ୍ପୁର୍ଣ ହେଲା କେଉଁଠି ଯେ ଏହାର ପୁଣି ଉର୍ଣ୍ଣତି କରଣ କରାଗଲା। ଏଭଳି ମହା ଘୋଟାଲା ରେ ସମ୍ପୃକ ଅଧିକାରୀ ଙ୍କ ଉପରେ କେବେ ବ୍ଲକ, ଜିଲ୍ଲା ଓ ଉପରସ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଦଶରଥପୁର ରୁ ଶୁଭକାନ୍ତ ଦାସଙ୍କ ରିପୋର୍ଟ ଫୋକସ ପ୍ଲସ |