ଅଙ୍ଗନବାଡ଼ି ଦିଦି ଲୁଟୁଛନ୍ତି ଲକ୍ଷଲକ୍ଷ ଟଙ୍କା

ଫୋକସ ପ୍ଲସ(ବାଲିଆପାଳ): ଚିଟଫଣ୍ଡ ସଂସ୍ଥା ବନ୍ଦ ହେବାପରେ ଏବେ କିଛି ମହିଳା ଠକ ସଂସ୍ଥା କରି ଗ୍ରାମର ମହିଳାମାନଙ୍କୁ ଭ୍ରମିତ କରି ଲକ୍ଷଲକ୍ଷ ଟଙ୍କା ଲୁଟିବା ଆରମ୍ଭ କରିଛନ୍ତି।ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତର ରାଇପୁର ଗ୍ରାମରେ ଧାରା ପଡିଛନ୍ତି ଏମିତି ଏକ ଠକ ସଂସ୍ଥା ।ତିନିଜଣ ମହିଳା ରାଇପୁର ଗ୍ରାମର ମହିଳା ମାନଙ୍କୁ ଏକତ୍ରିତ କରି ଏକ ମିଟିଙ୍ଗ କରୁଥିଲେ l କିଛି ମହିଳା କହିଲେ ସଂସ୍ଥା ର କାଗଜପତ୍ର ଦେଖାନ୍ତୁ |କେବେଠାରୁ ଏହି ସଂସ୍ଥା ଆରମ୍ଭ ହୋଇଛି ଏବଂ ଏହାର ଉଦ୍ଦେଶ୍ୟ କଣ ?କେଉଁମାନେ ଆଗରୁ ଏହି ସଂସ୍ତାରେ ପଇସା ଦେଇଛନ୍ତି ଏମିତି ପ୍ରଶ୍ନ କରିଥିଲେ | ସଂସ୍ଥାର ତିନି ମହିଳାମାନେ ପ୍ରଶ୍ନର ଉତ୍ତର ନଦେଇ ଉତ୍ୟକ୍ତ ହୋଇ ପଳାଇଯିବାକୁ ଚେଷ୍ଟା କରିଥିଲେ lଗ୍ରାମବାସୀ ସେମାନଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ |କିଛି ସମୟ ପରେ ସିଂଲା ଥାନା ଏ ଏସ ଆଇ ସୁହାଗି ହଂସଦା ଓ ବଢାଣ ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମହାଳିକ ସମେତ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ |ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ।ବର୍ତ୍ତମାନ ଯାଏ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳା ମାନଙ୍କ ସମେତ ଅନ୍ୟ କିଛି ଲୋକ ମଧ୍ୟ ସମ୍ପୃକ୍ତ ରହିଛନ୍ତି |ଆଶୀର୍ବାଦ ଫାଉଣ୍ଡେସନ ତାକତପୁର,ବାରିପଦା ନାମରେ ଏକ ସଂସ୍ଥା କରି ବାଲିଆପାଳ,ଲଙ୍ଗଳେଶ୍ୱର ଅଞ୍ଚଳର ବିଭିନ୍ନ ଗ୍ରାମରେ ମହିଳା ମାନଙ୍କୁ ଏକତ୍ରିତ କରି ପାଞ୍ଚ ହଜାର ଟଙ୍କା ଦେଲେ ଚାକିରୀ ଦିଆଯିବ କହି ଅର୍ଥ ଆଦାୟ କରୁଛନ୍ତି ।ଏବେ ଯାଏଁ ୪୫୦ ଲୋକଙ୍କ ଠାରୁ ଅର୍ଥ ଆଦାୟ କରିଛନ୍ତି ବୋଲି ଉକ୍ତ ମହିଳାମାନେ ସ୍ୱୀକାର କରିଛନ୍ତି।ଉକ୍ତ ମହିଳା ମାନଙ୍କ ମଧ୍ୟରେ ମେଣ୍ଡାପଡା ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ ରେବତୀ ପାତ୍ର ଥିବା ଜଣାପଡିଛି। ପୋଲିସ ଆସିବା ପୂର୍ବରୁ ଅଙ୍ଗନବାଡି ଦିଦି ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ ।ଅନ୍ୟ ଦୁଇଜଣ ପୋଲିସ ହାତରେ ଧରା ପଡିଥିଲେ l

 

ବାଲିଆପାଳରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *