ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):- ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା ରାଉତ ଓ ପ୍ରମିଳା ପାଣି ଙ୍କ ଉପସ୍ଥିତ ରେ ଅମ୍ବାଦଳା ଅଂଚଳର ୬ଟି ସେକ୍ଟର ରାଣିପିଣ୍ଡା, ଅମ୍ବାଦଳା, ଜଗଦଲପୁର, ରଘୁବାରି, ଇଚ୍ଛାପୁର ଓ ଆମ୍ଲlଭଟା ସେକ୍ଟର କୁ ଛତୁଆ ବଣ୍ଟନ କରିବା ପାଇଁ ଗାଡ଼ି ଯୋଗେ ପ୍ରସ୍ତୁତ ହେବା ସମୟରେ ଏହି ଅଞ୍ଚଳ ର ୬ଟି ସେକ୍ଟର ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ଗତ ୯ ଦିନଧରି ଅଙ୍ଗନବାଡ଼ି କର୍ମୀଙ୍କ ବିଧାନସଭା ଆଗରେ ଓ ପ୍ରତି ବ୍ଲକ ଆଗରେ ଧାରଣା ଚାଲିଥିବା ବେଳେ ଛତୁଆ କିଭଳି ବଣ୍ଟା ଯିବ ବୋଲି ଗାଡି ଆଗରେ ଧାରଣା ରେ ବସିଥିଲେ। ସେମାନେ କହିବା କଥା ସରକାର ଙ୍କୁ ମା ଓ ଛୁଆ ଙ୍କ ପାଇଁ ଛତୁଆ ଯୋଗାଇବା ପାଇଁ ଏତେ ତପ୍ତର କିନ୍ତୁ ଗତ ୯ ଦିନ ହେଲା ଆମେ ଧାରଣା ରେ ବସିଛୁ କିନ୍ତୁ ଆମ ଗୁହାରି ଶୁଣିବାକୁ କେହି ପ୍ରସ୍ତୁତ ନାହିଁ ଯେଉଁଦିନ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହେବ ସେହିଦିନ ପର୍ଯ୍ୟନ୍ତ କୌଣସି କାମ କରିବାକୁ ଦେବୁନି ବୋଲି ୬ଗୋଟି ସେକ୍ଟର ର ୫୦ରୁ ଉର୍ଦ୍ଧ୍ଵ ଅଙ୍ଗନବାଡ଼ି କର୍ମୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ୬ଗୋଟି
ସେକ୍ଟର ମଧ୍ୟରୁ ମନାସ ପାଢ଼ୀ, କଳ୍ପନା ଖୁଣ୍ଟିଆ, ସୁଜାତା ମହାପାତ୍ର, ପ୍ରଣତି ଟୁଙ୍ଗଙ୍କ ଆହ୍ୱାନ କ୍ରମେ୬ ଟି ସେକ୍ଟର ର ଅଙ୍ଗନବାଡ଼ି କର୍ମୀ ଉପସ୍ଥିତି ରହି ପ୍ରତିବାଦ କରିଥିଲେ।
