ମହୁଆଙ୍କୁ ଜୀବନସାଥୀ କଲେ ବିଜେଡିର ଭେଟେରାନ ନେତା ତଥା ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର ।

ପୁରୀ: ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ଏବଂ ପିଟିଆଇ ରିପୋର୍ଟ ମୁତାବକ ବାହାଘର ସରିଥିବା ସୂଚନା । ଜର୍ମାନୀରେ ବାହାଘର ହୋଇଥିବା ନେଇ ସୂଚନା । ମହୁଆଙ୍କୁ ଜୀବନସାଥୀ କଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର । ପିନାକୀ ମିଶ୍ରଙ୍କ ହାତ ଧରିଲେ ମହୁଆ ମୋଇତ୍ରା । ବିଦେଶରେ ବିବାହ ବାନ୍ଧି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମହୁଆ ମୋଇତ୍ରା କୃଷ୍ଣନଗର ସାଂସଦ ଅଛନ୍ତି ।

ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ର ଓ ପଶ୍ଚିମବଙ୍ଗ ଟିଏମସିର ସାଂସଦ ମହୁଆ ମଇତ୍ରା ମଧ୍ୟରେ ହୋଇଛି ବିବାହ ବୋଲି ଚର୍ଚ୍ଚା ଜୋର ଧରିଛି । ଜର୍ମାନୀରେ ଏହି ଦୁଇ ଜଣ ଚର୍ଚ୍ଚିତ ନେତା ବିବାହ କରିଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ପରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିବା କଥା ଖବର ପ୍ରସାରଣ ହୋଇଛି ।

Leave a Reply

Your email address will not be published. Required fields are marked *