ଫୋକସ ପ୍ଲସ (ଚୌଦ୍ଵାର) ୦୩/୦୭/୨୦୨୨: ଚର୍ଚ୍ଚାରେ ମୁଣ୍ଡଳୀ ବ୍ରିଜ ପୁଣି ଗଲା ଆଉ ଗୋଟିଏ ଜୀବନ । ଏମିତି ଏକଘଟଣା ଘଟିଛି ମଣ୍ଡଳୀ ବ୍ରିଜରେ। ମୃତ ବ୍ୟକ୍ତି ଜଣଙ୍କ ମୁଣ୍ଡଳୀ ବ୍ରିଜରୁ ନଇକୁ ଡେଇଁ ପଡ଼ିଥିଲେ କିନ୍ତୁ ଆଜି ସଖାଳୁ ଚୌଦ୍ୱାର ଥାନା ଅଧିନ ବିଦ୍ୟାଧର ପୁର ଗ୍ରାମର ଗାଧୁଆ ତୁଠରୁ ଯୁବକ ମୁର୍ତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ଦୁଇଜଣ ଯୁବକ । ମୂତ ବ୍ୟକ୍ତିଙ୍କ ନାମ ପ୍ରସନ୍ନଜିତ୍ ମହାନ୍ତି ଘର ଖୋର୍ଦ୍ଧା। ପାରିବାର ଲୋକଙ୍କ କହିବା ଅନୁଯାୟୀ ଗତ ରଥଯାତ୍ରା ଦିନ୍ ପ୍ରସନ୍ନଜିତ୍ ମହାନ୍ତି ନିଜ ମୋଟର ସାଇକେଲରେ ଘରୁ ଅଫିସ କାମ କହି ଆସିଥିଲେ କିନ୍ତୁ ଆଉ ସେ ରାତି ସୁଦ୍ଧା ଘରକୁ ଫେରି ନଥିଲେ। ବହୁ ଖୋଜା ଖୋଜି ପରେ ମୁଣ୍ଡଳୀ ବ୍ରିଜ଼ ଶେଷ ମୁଣ୍ଡରେ ତା ଗାଡି ଟି ଥୁଆ ହୋଇଥିଲା : ସନ୍ଦେହ ହେବାରୁ ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିଲେ : ସେ idfc ବ୍ୟlଙ୍କରେ ଷ୍ଟେଟ ହେଡ ଭାବରେ କମକରୁଥିଲେ। ପ୍ରସନ୍ନ ଜିତ୍ ଘରୋଇ ବ୍ୟlଙ୍କର ଚାକିରି ଟାର୍ଗେଟ ପ୍ରେସର ପାଇଁ ଆଜି ସେ ଆତ୍ମହତ୍ୟା କରିବା ବାଟକୁ ଆପଣେଇଛନ୍ତି । ପୋଲିସ ତଦନ୍ତ କଲେ ଜଣା ପଡିବ କାହିଁକି ସେ ଏଭଳି ନିଷ୍ପତି ନେଲେ |
ଚୌଦ୍ଵାରରୁ ମାନସ କୁମାର ସାମଲଙ୍କ ରିପୋର୍ଟର ଫୋକସ ପ୍ଲସ |
