ଫୋକସ ପ୍ଲସ (ବାଲେଶ୍ୱର)୨୩/୦୭/୨୦୨୨: କେନ୍ଦ୍ର ରେ BJP ସରକାରଙ୍କ ଚାପ ରେ ପରିବର୍ତ୍ତନ ବିଭାଗ କଂଗ୍ରେସନେସନାଲ ହେରାଲଡ଼ ଘୋଟାଲ ମାମଲାରେ ପ୍ରବର୍ତନ ନିଦେ୍ର୍ଦଶାଳୟ(ED) ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜେରା କରିବାକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ୱରରେ ଗଣ ବିକ୍ଷୋଭ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ କୁମାର ଗିରିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହରର ମିଶନ ହାଇସ୍କୁଲ ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।ପରେ ସେଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ଏଥିରେ ଦଳୀୟ ନେତା ମାନେଯୋଗ ଦେଇ ସୋନିଆ ଗାନ୍ଧିଙ୍କୁ ଇଡ଼ି ଜେରା କରିବାକୁ ନେଇ ତୀବ୍ର ସମାଲୋଚନା କରିଥିଲେ।ରାହୁଲଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କ ବିରୋଧ ଯଦି କୌଣସି ପ୍ରମାଣ ଅଛି ତେବେ ତାହାକୁ ସାର୍ବଜନୀନ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ପୂର୍ବତନ ବିଧାୟକ ଚିତ ରଞ୍ଜନ ଷଡ଼ଙ୍ଗୀ, ନାରୀ ନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି,ଗୌରୀ ଦାସ,ବିଜନ କୁମାର ନାୟକ, ବିକାଶ ଦାସ,ଛାତ୍ର ନେତା ଗୌତମ ସାହୁ, ଦେବଦତ ଦାସ ଓ ସୁଧାଂଶୁ ଶେଖର ଜେନା ପ୍ରମୁଖ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ।
ବାଲେଶ୍ୱର ରୁ ଗୁରୁପ୍ରସାଦବାରିକ୍ଫୋ କସ ପ୍ଲସ |