ଫୋକସ ପ୍ଲସ ୭/୬/୨୨(ଅସ୍ତରଙ୍ଗ): ଉପରୁ ମଜଭୂତ, ଭିତରେ ଫମ୍ପା |ନାଁ କୁ ସିମେଣ୍ଟ ବୋଳି କାମ ସାରିଦେବା ଲକ୍ଷରେ |ରଙ୍ଗ ମାରି ପୁରୁଣା କୁ ନୂଆ ଚକ ଚକ |ଏମିତି ଚାଲିଛି ସ୍ମାଟ ବିଦ୍ୟାଳୟ ରୂପାନ୍ତରଣକାମ !ଏଭଳି ଅଭିଯୋଗ ଆସିଛି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ନିଜ ବ୍ଲକ ଓ ନିଜ ନିର୍ବାଚନ ମଣ୍ଡଳୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଂଚାୟତ ର ବିନାୟକ ଦେବସରକାରୀ ଉଚ୍ଚ ବିଦ୍ୟାଳୟ ରୁ |ସରକାର ଙ୍କ 5t ଯୋଜନା ରେ ସ୍ମାଟ ସ୍କୁଲଭାବେ ରୂପାନ୍ତରଣପାଇଁ ସ୍କୁଲ କାମ ଚାଲିଛି |ହେଲେ ଅତି ନିମ୍ନ ମାନର |ପୂର୍ବରୁ ସ୍କୁଲର ଭାଙ୍ଗିଥିବା ଅଂଶ କୁ ଭଲ ଭାବେ ମରାମତି କରିବେ କଣ, ବିନାୟକ ଦେବ ସରକାରୀ ଉଚ୍ଚ ସ୍ମାଟ ବିଦ୍ୟାଳୟ କାର୍ଯ୍ୟରେ ଉପରୁ ଖାଲି ଦେଖାଣିଆ ଭାବେ ସମାନ କରି ରଙ୍ଗ ଦେଇ କାମ ସାରିବା ଚକର ରେ |ଦେଖନ୍ତୁ ନିମ୍ନ ମାନର କାମ ହୋଇଥିବାରୁ ଚଟାଣ ରେ ପଡ଼ିଥିବା ମାର୍ବଲ ଟାଇଲି ମଧ୍ୟ୍ୟ ଉଠିଯାଉଛି |କାମ ଯଦି ଏଭଳି ହେବ ସମସ୍ୟା କେମିତି ଦୂର ହେବ |ଏମିତିକି ସ୍କୁଲ ରୂପାନ୍ତରଣ କାମ ପୂର୍ବତନ ଅଧକ୍ଷ ଙ୍କ ହାତ ବାରିସୀ ସାଜିଥିବା ଠିକାଦାର ଙ୍କୁ ଦିଆଯାଇଛି, ଯାହାକି ବ୍ଲକର ବିଭିନ୍ନ ସ୍କୁଲ ରୂପାନ୍ତରଣକାର୍ଯ୍ୟ ପୂର୍ବତନ ବ୍ଲକ ଅଧକ୍ଷ ସ୍ୱାଧୀନ ନାୟକ ଙ୍କ ଠିକାଦାର ଙ୍କୁ ଦିଆଯାଇଛି. ଗ୍ରାମବାସୀ ବାରମ୍ବାର ଆଗରୁ ବିଡ଼ିଓ ଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ଫଳ ଶୂନ |ଅନ୍ୟ ପଟେ ସ୍ମାଟ ବିଦ୍ୟାଳୟ ଉଦୁଘାଟନ ନ ହୋଇ ବିଦ୍ୟାଳୟ ପାଚେରୀ ଗତକାଲି ରାତିରେ ଭୁଶୁଡି ପଡିଛି 5T ସ୍ମାଟ ବିଦ୍ୟାଳୟର, ଉଦଘାଟନ ପୂର୍ବରୁ ଭୁସୁଡ଼ିଲା ପାଚେରୀ ସମ୍ପୂର୍ଣ ନିମ୍ନ ମାନର କାର୍ଯ୍ୟ ହୋଇଛି, କଣ୍ଟ୍ରାକ୍ଟର ଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ. ଅନ୍ୟ ଦିନ ରେ ଯଦି ଉକ୍ତ କଣ୍ଟ୍ରାକ୍ଟର କାର୍ଯ୍ୟନୁଷ୍ଠାନ ନ ନିଆଯାଏ ତାହା ହେଲେ ଆନ୍ଦୋଳନ ହେବ ସରପଞ୍ଚ ଚେତାବନୀ ଦେଇଛନ୍ତି |ସ୍ମାଟ ସ୍କୁଲ ନାଁ ରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି |ହେଲେ ଟଙ୍କା କେମିତି ଖର୍ଚ୍ଚ ହେଉଛି. ତାହା ନଈଗୁଆଁ ସ୍କୁଲ ହିଁ ବଖାଣୁଛି |ଏଠାରେ ବଡ଼ ପ୍ରଶ୍ନ :-ପିଲାଙ୍କ ଟଙ୍କା ଖାଇ କିଏ ହେଉଛି ମାଲେ ମାଲ,?
ଦୁର୍ନୀତି ଖୋର ଙ୍କ ବିରୋଧରେ ହେବ ତ ଆକ୍ସନ ?
ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ