5T ସଚିବଙ୍କୁ ଭେଟିଲେ ବ୍ଲକ ଅଦକ୍ଷା

ଫୋକସ ପ୍ଲସ ୧୫/୬/୨୨(କୋରାପୁଟ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ନବ ନିର୍ବାଚିତ ବ୍ଲକ ଅଦକ୍ଷା କଳ୍ପନା ପାଙ୍ଗି ପଟ୍ଟାଙ୍ଗି ବ୍ଲକର ବିଭିନ୍ନ ସମସ୍ୟାମାନ ସମ୍ପର୍କରେ 5T ସଚିବ ଭି. କେ ପାଣ୍ଡୀୟାନଙ୍କୁ ଭୁବନେଶ୍ୱର ସ୍ଥିତ ନବୀନନିବାସରେ ଭେଟି କଲେ ଆଲୋଚନା l ବିଶେଷ ଭାବରେ ପଟ୍ଟାଙ୍ଗି ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ କିପରି ଭାବେ ଲୋକଙ୍କ ପାଖରେ ପହଂଚିବ ଏବଂ ସରକାରୀ ଯୋଜନାମାନ କିଭଳି ଭାବେ ସଫଳ ହେବ ସେନେଇ ଆଲୋଚନା କରାଯାଇଥିବା ବେଳେ ବିଶେଷ କରି ପାନୀୟଜଳ, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଉପରେ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେଥିପ୍ରତି ଗୁରୁତ୍ୱ ଦେବା ନିମନ୍ତେ 5T ସଚିବ ଶ୍ରୀ ପାଣ୍ଡୀୟାନ ସାର ଦେଲେ ନିର୍ଦେଶ l ଏବଂ ଆଗାମୀ ଦିନରେ ବ୍ଲକ ଅଞ୍ଚଳରେ ଆବଶ୍ୟକୀୟ ସମସ୍ୟାମାନ ମଧ୍ୟ କିଭଳି ସମାଧାନ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶୃତି ଦେଲେ ଶ୍ରୀ ପାଣ୍ଡୀୟାନ l

Leave a Reply

Your email address will not be published. Required fields are marked *