ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ର ଆଜି ହେଉଛି ଦଶମ ଦିନ l ରୁଷ ରାଜଧାନୀ କିଭ ଉପରେ ଆକ୍ରମଣ ଜୋରଦାର କରିଛନ୍ତି l ରାଜଧାନୀ କୁ କବଜା କରିବା ପାଇଁ ନିର୍ଣ୍ଣାୟକ ଲଢେଇ କରିବାକୁ ସ୍ଥିର କରିଛନ୍ତି ପୁଟିନ ସରକାର ଶନିବାର ଦିନ ସକାଳୁ କିଭ ରେ ଆକ୍ରମଣ ର ଶବ୍ଦ ଶୁଣାଯାଇଥିଲା l ରୁଷ ସହ ଯୁଦ୍ଧ ନିମନ୍ତେ ୟୁକ୍ରେନରେ 66 ହଜାର ନାଗରିକ ସ୍ବଦେଶ ଫେରୁଥିବାର ଦେଖାଯାଇଛି l ମିସାଇଲ ମାଡ ରେ ୟୁକ୍ରେନ ଗୋଟିଏ ଗୋଟିଏ ସ୍ଥାନ ଅକ୍ତିଆର କରିଛି l ରୁଷ ର 10 ହଜାର ରୁ ଅଧିକ ସୈନିକଙ୍କ ର ମୃତ୍ୟ ହୋଇଛି ବୋଲି ୟୁକ୍ରେନ ମତ ରଖିଛି l ଏହି ଯୁଦ୍ଧ ରୁଷ ବହୁତ କ୍ଷତି ହୋଇଛି l 10 ହଜାର ସୈନିକ ସହ 40 ଟି ହେଲିକେପ୍ଟର ,269 ଟ୍ୟାଙ୍କ , 2ଟି ଜାହାଜ ଏବଂ 39 ଟି ମିଲିଟାରୀ ପ୍ଲେନ ,ସହ 60 ଟି ଇନ୍ଧନ ଟ୍ୟାଙ୍କ ନଷ୍ଟ ହୋଇଛି l ରୁଷ ସହ ଯୁଦ୍ଧ ପାଇଁ ୟୁକ୍ରେନ ଅନ୍ୟ ଦେଶ ପାଖରେ ସହଯୋଗ ଭିକ୍ଷା ମାଗିଛି l ଅନ୍ୟପଟେ ଶନିବାର ୟୁକ୍ରେନ ରୁ ନାଗରିକ ଙ୍କୁ ବାହାର କରିବା ପାଇଁ ମାନବୀୟ କରିଡ଼ର ଖୋଲିବା ପାଇଁ ଯୁଦ୍ଧ ର ବିରାମ ଘୋଷଣା କରିଛନ୍ତି l