ଫୋକସ ପ୍ଲସ ୩୦/୫/୨୨(କୋଣାର୍କ): ୭୫ ବର୍ଷ ବୟସରେ ରମା ବେହେରା ପାଳନ କଲେ ୫୦ ତମ ସାବିତ୍ରୀ ବ୍ରତ । ଏ ହେଉଛନ୍ତି ନନ୍ଦ ବେହେରା ଆଉ ତାଙ୍କ ସ୍ତ୍ରୀ ରମା । ବୟସ ୭୫ରୁ ଉର୍ଦ୍ଧ୍ ହେବ ।ଘର ତାଙ୍କର ଠିକ୍ କୋଣାର୍କ ଠାରୁ ମାତ୍ର ୩ କିଲୋମଟର ଦୂର କୁଞ୍ଜମଠ ।ଆଜିବି ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଛନ୍ତି ବୋଲି ଏ ଦୃଶ୍ୟ କୁ ଦେଖିଲେ ମନେହୁଏ। ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ୫୦ତମ ରେ ପହଞ୍ଚିଛି ସେମାନଙ୍କ ସାବିତ୍ରୀ ବ୍ରତ।ରମା ମାଉସୀ ଆଜି ସକାଳୁ ଉଠି ସବୁ ଦିନ ପରି ନିଜର ନିତ୍ୟକର୍ମ ସାରି ନିଜ ସ୍ବାମୀ ର ସେବା କରନ୍ତି । ସ୍ବାମୀ ମାନସିକ ବିକଳାଙ୍ଗ ହେଲେ ମଧ୍ୟ ସେମାନଙ୍କ ବୈବାହିକ ଜୀବନ ବେସ୍ ଖୁସିରେ ଚଳିଆସିଛି ବୋଲି ରମା ମାଉସୀ କହିଛନ୍ତି ।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ ପ୍ଲସ୍ ।