୧୧ ଶ୍ରମିକଙ୍କୁ ଉଦ୍ଧାର କଲା ପ୍ରଶାସନ

ଫୋକସ ପ୍ଲସ(ଗଜପତି) ୨୮/୦୭/ ୨୦୨୨: ଉଦୟଗିରି ଅଞ୍ଚଳର ୧୧ଜଣ ନିରୀହ, ଗରିବ, ପିଲମାନଙ୍କୁ ଚାକିରି ଦେବା ଆଶା ଦେଖାଇ କିଛି ଦୃବୁର୍ତ୍ତ ତାମିଲନାଡୁ ରାଜ୍ୟକୁ ନେଇଯାଇଥିଲେ ସେଠାରେ ସେହି ପିଲାମାନଙ୍କୁ ଚାକିରି ନ ଦେଇ ଅନ୍ୟ ଏକ ବିୟର କମ୍ପାନୀରେ ଦୃବୁର୍ତ ମାନେ ବିକ୍ରୀକରି ଦେଇଥିଲେ । ସେଠାରେ ସେହି ପିଲାମାନଙ୍କୁ ମାସିକ ବେତନ ନ ଦେଇ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦେଇଆସୁଥିଲେ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ପିଲାମାନଙ୍କୁ ଠିକ୍ ସେ ଦେଉ ନଥିଲେ । କିଛି ବିଶେଷ ସୂତ୍ରରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶର ପଣ୍ଡାଙ୍କୁ ଫୋନ ମାଧ୍ୟମରେ ସେମାନଙ୍କ ସମସ୍ୟା ଜଣାଇ ସେଠାରୁ ସେମାନଙ୍କୁ ଉଧାର ପାଇଁ ନିବେଦେନ କରିଥିଲେ, ଯାହାଫଳରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଶ୍ରମିକ ଅଧିକର ଶ୍ରୀଯୁକ୍ତ ଲୋକନାଥ ପଣ୍ଡା ମିଳିତ ଉଦ୍ୟମରେ ୧୧ ଜଣ ପିଲାମାନଙ୍କୁ। ସୁରକ୍ଷିତ ଭାବେ ସୁଦୂର ତାମିଲନାଡୁ ରାଜ୍ୟରୁ ସୁରକ୍ଷିତ ଭାବେ ନିଜ ପାରିବାର ପାଖକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ। ସୁରକ୍ଷିତ ଭାବେ ପହଞ୍ଚିଥିବା ପିଲାମାନେ ଜିଲ୍ଲା ଅଫିସଙ୍କୁ ପହଞ୍ଚି ପ୍ରଥମେ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଦେଇଥିଲେ। ତାମିଲନାଡ଼ୁ ରୁ ଫେରିଥିବା ପିଲାମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ମାଗଣାରେ ତାଲିମ ଦେଇ ଓଡିଶାରେ ହିଁ ରୋଜଗାର ଜଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପହଞ୍ଚାଇ ଦେଇଥିଲେ। ଜିଲ୍ଲା ପ୍ରଶାସନଙ୍କ ଏପରୀ କାମ ପାଇ ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନଙ୍କୁ ପ୍ରଶଂସା କରିଥିଲେ ।

 

ଗଜପତି ରୁ ମିନସି ପାଣିଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *