ଫୋକସ ପ୍ଲସ (ସୁବର୍ଣ୍ଣପୁର) ୨୫/୦୭/୨୦୨୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି।
ଜୁଲାଇ ୧୮ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ହୀରାକୁଦ ଡ୍ୟାମର ଅତ୍ୟଧିକ ପାଣି ସହ ବର୍ଷାପାଣି ପଶିବା ଯୋଗୁ କେନାଲରେ ଘାଇ ସୃଷ୍ଟି ହୋଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ,ପଧାନପାଲି ଓ କୁଇବାହାଲ ଗାଁର ଶହଶହ ଏକର ଚାଷ ଜମି ଜଳ ମଗ୍ନ ହୋଇଯାଇଛି। ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୁବର୍ଣ୍ଣପୁର ରୁ ସହଦେଵ ମେହେର ଙ୍କ ରିପୋର୍ଟ ଫୋକସ ପ୍ଲସ |