ଫୋକସ ପ୍ଲସ ୧୨/୬/୨୨ (ଢେଙ୍କାନାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁ ହାତୀଟିର ଆନୁମାନିକ ବୟସ ପ୍ରାୟ ୪ ବର୍ଷ ହୋଇଥିବା ଜଣାପଡିଛି । ତେବେ ସଂଘବଦ୍ଧ ଭାବେ ହାତୀ ପଲଙ୍କ ସଂଘର୍ଷ କାରଣରୁ ଶିଶୁ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ଓ ବନ କର୍ମଚାରୀ ପହଞ୍ଚି ଶିଶୁ ହାତୀଟିର ମୃତ ଦେହକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଭିଏଏସଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରାଯାଇ ମେସିନ ସାହାଯ୍ୟରେ ନିକଟସ୍ଥ ସୁନ୍ଦରାଖୋଲ ଜଙ୍ଗଲରେ ପୋତି ଦିଆଯାଇଛି । ସୂଚନା ଅନୁଯାୟୀ ,ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ହାତୀ ଉପଦ୍ରବରେ ଅତିଷ୍ଠ ହୋଇଗଲେଣି ଅଞ୍ଚଳବାସୀ । ତୁରନ୍ତ ବନ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।