ହତ୍ୟାକାରୀ ଗିରଫ ଦାବିରେ ରାଜପଥ ଅବରୋଧ

ଫୋକସ ପ୍ଲସ(ନବରଙ୍ଗପୁର)୧/୦୮/ ୨୦୨୨: ନବରଙ୍ଗପୁର ସହରର ଯୁବକ ଙ୍କୁ ନିର୍ମମ ହତ୍ୟା,। ହତ୍ୟାକାରୀ ଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ । ଗତକାଲି ରାତିରେ ନବରଙ୍ଗପୁର ସହର ସାହିଲ ହୋଟେଲ ନିକଟରେ ଗାଦବାଗୁଡା ଅଞ୍ଚଳ ର ଶେଖ୍ ନିଜାମ୍ ଙ୍କୁ କିଛି ଦୁର୍ବୁର୍ତ୍ତ ମାରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଗୁରୁତର ଅବସ୍ଥାରେ ଶେଖ୍ ନିଜାମ୍ ଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶେଖ୍ ନିଜାମ୍ ଙ୍କ ମୃତ୍ୟୁ ହୋଇଥିଲା । ନିଜାମ୍ ଙ୍କ ହତ୍ୟାକାରୀ ଙ୍କୁ ଗିରଫ ଦାବୀ ରେ ମାଝିଗୁଡା ଛକ ନିକଟରେ ଶବ କୁ ରଖି ଏନହେଚ ୨୬ କୁ ଅବରୋଧ କରିଥିଲେ ମୃତକ ଙ୍କ ପରିବାର ଲୋକେ । ଫଳରେ ନବରଙ୍ଗପୁର ଠାରୁ ପଡୋଶି କୋରାପୁଟ ଜିଲ୍ଲା ଆଉ କଳାହାଣ୍ଡି ଜିଲ୍ଲା କୁ ଯୋଗାଯୋଗ ବନ୍ଦ ରହିଥିଲା ।ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତୁରନ୍ତ ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ପରିବାର ଲୋକେ ସନ୍ଦେହ କରୁଥିବା ଅନ୍ୟ ସନ୍ଧିଗ୍ଧ ଯୁବକଙ୍କୁ ଆଣି ତଦନ୍ତ କରାଯିବ ଓ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ଶେଷରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିବା ପରିବାର ଲୋକେ ହଟିଥିଲେ ।ଫଳରେ ରାସ୍ତା ଦେଇ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।

ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *