ଫୋକସ ପ୍ଲସ ୧୭/୦୬/୨୨(ଦଶମନ୍ତପୁର): ଦିର୍ଘ ବର୍ଷ ହେଲା ଭତ୍ତା ଟଙ୍କା ରୁ ବଞ୍ଚିତ ହୋଇ ଆସୁଛନ୍ତି ବୃଦ୍ଧ ଦମ୍ପତି। ପରିଣତ ବୟସରେ ଆଉ କାମ ଧନ୍ଦା କରି ଘର ଚଳିବା ସମ୍ଭବ ହେଉନାହିଁ। ଯାହା ଦ୍ଵାରା ବୃଦ୍ଧ ଦମ୍ପତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏମାନେ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡା ଗଡ଼ ପଞ୍ଚାୟତ ଅଧିନସ୍ଥ ଭଞ୍ଜପଦର ଗାଁ ର ଅର୍ଜୁନ ସାଉନ୍ତା ଓ ତାଙ୍କ ସ୍ତ୍ରୀ ସାନ୍ଦ ସାଉନ୍ତା। ଉଭୟ ଙ୍କ ବୟସ ୬୦ ରୁ ଅଧିକ ହେଲାଣି। ଭତ୍ତା ଟଙ୍କା ପାଇଁ ଆବଶ୍ୟକ କାଗଜପତ୍ର ସହ ଭତ୍ତା ଫୋର୍ମ ପୂରଣ କରି ବହୁ ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରି ସାରିଛନ୍ତି। ତଥାପି ତାଙ୍କ ଭାଗ୍ୟ ରେ ଭତ୍ତା ଟଙ୍କା ସାତ ସପନ ପାଲଟି ଯାଇଥିବା କୁହାଯାଇଛି। ସରକାରୀ ନିୟମ ଅନୁସାରେ ପଲି ସଭା ଓ ଗ୍ରାମ ସଭା ରେ ମଧ୍ୟ ଭତ୍ତା ଟଙ୍କା ପାଇଁ ନାମ ପଞ୍ଜିକରଣ କରିଆସୁଛନ୍ତି। ହେଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ସେମାନେ ଭତ୍ତା ରୁ ବଞ୍ଚିତ ହୋଇ ଆସୁଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସମାଜ ମଙ୍ଗଳ ଅଧିକାରୀ ଙ୍କ ଦାୟିତ୍ଵ ଥିବା ମୁଖ୍ୟ କିରାଣୀ ଗୈାତମ ଚରଣ ଗୁମଲ ଙ୍କୁ ମୋବାଇଲ ଫୋନ ଯୋଗେ ଯୋଗା ଯୋଗ ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ତାଙ୍କ ଫନ ଲାଗି ନ ଥିଲା। ତଥାପି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ବୃଦ୍ଧ ଦମ୍ପତି ଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।