ଫୋକସ ପ୍ଲସ ୧୫/୬/୨୨(ଜୟପୁର): ପ୍ରେମ ଆଗରେ ତୃଛ ହେଲା ସମ୍ପର୍କ। ପ୍ରେମିକ ପାଇଁ ନିଜ ସ୍ୱାମୀ ଏବଂପୁଅ ଝିଅକୁ ..ଛାଡି ପ୍ରେମିକ ସହ ଛୁ ମାରିଲେ ସ୍ତ୍ରୀ… ସେପଟେ ନ୍ୟାୟ ପାଇଁ ଥାନା ର ଦ୍ୱାରାସ୍ତ ହେଲେ ସ୍ୱାମୀ।ଏଭଳି ଘଟଣା ସମ୍ନାକୁ ଆସିଛି ଜୟପୁର ସଦର ଥାନା ଅନ୍ତର୍ଗତ ବୈରାଗିମଠ ଗ୍ରାମରୁ। ଗ୍ରାମର ଖଗପତି ନାୟକ ସ୍ତ୍ରୀ ଓ ୩ଟି ସନ୍ତାନ ସହ ରହୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସେହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଙ୍କ ପ୍ରେମ ଜାଲ ରେ ପଡି ଯାଇଥିଲେ।ବିବାହିତ ପ୍ରେମିକ ଙ୍କ ଦ୍ୱିତିୟ ସ୍ତ୍ରୀ ହେବା ପାଇଁ ନିଜ ସ୍ୱାମୀ ଓ ପୁଅଝିଅ କୁ ଛାଡି ଚାଲିଗଲେ। ସୁଚନା ଅନୁଯାୟୀ ପରିବାରକୁ ଚଳାଇବା ପାଇଁ ସ୍ୱାମୀ ଖଗପତି ଦାଦନ ଶ୍ରମିକ ଭାବେ କାଯ୍ୟ କରିବାକୁ ହାଇଦ୍ରାବଦ ଯାଇଥିଲେ । ୩ଟି ସନ୍ତାନ ଓ ସ୍ତ୍ରୀ ଯମୁନା ନାୟକ ବୈରାଗି ମଠରେ ରହୁଥିଲେ।ସ୍ୱାମୀ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ସେହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଯମୁନାଙ୍କୁ ଦ୍ୱିତୀୟ ସ୍ତ୍ରୀ କରି ନେଇଯାଇଥିଲେ। ସୁଚନା ପାଇ ସ୍ୱାମୀ ଖାଗପତି ହାଇଦ୍ରାବାଦରୁ ନିଜ ଘରକୁ ଫେରିଥିଲେ। ଏନେଇ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ କରିବା ସଂଗେ ଜିଲା ଆଇନ ସେବା ପ୍ରଧିକରଣ ,ବ୍ଲକ ରିଟନର ହରିଶ ମୁଦୁଲିଙ୍କ ନିକଟ ରେ ଫେରାଦ ହୋଇଛନ୍ତି। ଅନ୍ୟପଟେ ଅଭିଯୋଗ ର ତିନିଦିନ ପରେ ବି ପୋଲିସ ଚୁପ ଥିବା ନେଇ ଆଜି ଖଗପତି ୩ଟି ସନ୍ତାନ ଏବଂ ଗ୍ରାମବାସୀ ଙ୍କ ସହ ଜୟପୁର ସଦର ଥାନାର ଦ୍ୱାରସ୍ଥ ହୋଇ ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସହ ଆଲୋଚନା କରିଥିଲେ ।