ଫୋକସ ପ୍ଲସ(ରାମପୁର) ୨୯/୦୭/ ୨୦୨୨: କଳାହାଣ୍ଡି ଜିଲ୍ଲା ମଦନପୂର୍ ରାମପୁର ରେ ଆଜି ୧୦ ଘଣ୍ଟା ସମୟରେ ସ୍ବତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜ ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଆସୁଥିବା ବେଳେ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଗତ ୫ ତାରିଖରେ ବିଧାନସଭା
ଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶା ବାସୀଙ୍କ ଦାବି କୁ କର୍ଣ୍ଣପାତ ନକରିବାରୁ ଶୁକ୍ରବାର କୋଶଳାଞ୍ଚଳ ସହ ସଂଲଗ୍ନ ଉପକୂଳ ଓଡିଶାର ସମସ୍ତ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜରାସ୍ତାକୁ ଅବରୋଧ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ପଶ୍ଚିମ ଓଡିଶାର ଦେବଗଡ଼,ବୌଦ୍ଧ, ରେଡ଼ାଖୋଲ, ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଠାରେ ଏହି ଅର୍ଥନୈତିକ ଅବରୋଧ କରାଯାଇଛି ।ଏହାସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୂଖ୍ୟ କାର୍ଯ୍ୟାଳୟ କୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଭଳି ଅନେକ ଦାବି ଦୀର୍ଘ ଦିନ ଧରି ପଶ୍ଚିମ ଓଡିଶା ବାସୀ କରି ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ଏହି ଅର୍ଥନୈତିକ ଅବରୋଧ ରେ ସମସ୍ତ ଜରୁରୀକାଳୀନ ମେଡ଼ିକାଲ ସେବାକୁ ବାଦ ଦିଆଯାଇଥିବା ବେଳେ ଚକଅଖ ଜାମ ରହିଛି।ଶତାଧିକ କୋଶଳ କର୍ମୀ ସାମିଲ ହୋଇ ରାଜରାସ୍ତା ରେ ଆନ୍ଦୋଳନ କରିଛନ୍ତି ଏବଂ ସରକାର ଯଦି ତାଙ୍କର ଦାବି ପୁରଣ ନ କରନ୍ତି ତାହେଲେ ଆଗାମୀ ଆନ୍ଦୋଳନ ଆହୁରି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି |