ଫୋକସ ପ୍ଲସ (ଛତ୍ରପୁର)୧୦/୦୭/୨୦୨୨ : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳୀ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୁନାବେଶ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ଓ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ ଯୋଗଦେଇ ଆନୁଷ୍ଠାନିକ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସିଦ୍ଧ ନୃତ୍ୟ ଗୁରୁ ଡା ଗଜେନ୍ଦ୍ର ପଣ୍ଡାଙ୍କ ପୈରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତ୍ରିଧାରା ଅନୁଷ୍ଠାନର ସହଯୋଗରେ ଓଡ଼ିଶୀ ନୃତ୍ୟ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ଯୁବ ନେତା ଏନ୍ ଦୁର୍ଯୋଧନ ରେଡ୍ଡୀ, ବରିଷ୍ଠ ବିଜେଡି ନେତା ଅଶୋକ ପାଣିଗ୍ରାହୀ, ଯୁବ ନେତା ଜ୍ୟୋତି ରଞ୍ଜନ ସାହୁ, ବିପୁଳିଙ୍ଗି ସମିତି ସଭ୍ୟା ଗୋଲାପ ପ୍ରଧାନ, ସୁରେଶ ଦାଶ, ବାପି ଦାସ, ମୁନା ପାତ୍ର, ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ଦୁର୍ଯୋଧନ ପରିଡା, ମଥୁରା ସୁବୁଦ୍ଧି, ଲକ୍ଷ୍ମଣ ସେଠୀ ସମେତ ବହୁ ଜନପ୍ରତିନିଧି ମଞ୍ଚାସୀନ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୂର୍ଯ୍ୟ ନାହାକ ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ନାହାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ।