ଫୋକସ ପ୍ଲସ (ଗଞ୍ଜାମ)୦୨/୦୭/୨୦୨୨: ବ୍ଳକ ସୁନାପୁର ସେବା ସମବାୟ ସମିତି ସଭାପତି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିଲା।ସୁନାପୁର ଗ୍ରାମ ମୁଖିଆ ଶ୍ରୀମିତ୍ରା ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି।୧୨ ଜଣ ନିର୍ଦ୍ଦେଶକ ଙ୍କ ସମ୍ମତିକ୍ରମେ ଜି କ୍ରିଷ୍ଣା ରାଓ ଅପ୍ରତିଦ୍ଵନ୍ଦୀ ଭାବେ ସଭାପତି ନିର୍ବାଚିତ ହୋଇଥିଲେ।ଏସ ଆଦି ନାରାୟଣ ଜି କ୍ରିଷ୍ଣା ରାଓ ଙ୍କ ଙ୍କୁ ସଭାପତି ଲାଗି ପ୍ରସ୍ତାବ ଦେଇଥିଲା ବେଳେ ଚାଷୀ ପ୍ରହଲ୍ଲାଦ ନାୟକଙ୍କ ସମେତ ୧୨ ଜଣ ନିର୍ଦ୍ଦେଶକ ଓ ସମସ୍ତ ଚାଷୀ ସମର୍ଥନ ଜଣାଇଥିଲେ।ଯାହା ଫଳରେ ଜି କ୍ରିଷ୍ଣା ରାଓ ଅପ୍ରତିଦ୍ଵନ୍ଦୀ ଭାବେ ସଭାପତି ମନୋନୀତ ହୋଇଥିଲେ। ନିର୍ବାଚନ ଅଧିକାରୀ ଭାବେ ପିଇଓ ଦଣ୍ଡପାଣି ମହାରଣା ଉପସ୍ଥିତ ରହିଥିଲା ବେଳେ ସମ୍ପାଦକ ସତ୍ୟ ନାରାୟଣ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସମିତି ସଭ୍ୟ ଅମୁଲ୍ୟ ବେହେରା ନାଏବ୍ ସରପଞ୍ଚ ସାଗରୀକା ବେହେରା ଙ୍କ ସମେତ ପାତି ସୁନାପୁର, ଅନନ୍ତ ନାରାୟଣ ପୁର,କତୁରୁ,କୃପାନିଧି ପେଣ୍ଠ,ଏ ସୁନାପୁର,ସୁନାପୁର ଆଦି ବହୁ ଗ୍ରାମର ଚାଷୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।