ସୁକିନ୍ଦା ରେଳ ସାଇଡି ପ୍ରଦୂଷଣ ମାମଲା

ଫୋକସ ପ୍ଲସ ୧୨/୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ରୋଡ ରେଳ ସାଇଡିରେ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ଘଟଣା ଦୀର୍ଘ ଦିନ ହେବ ବାରମ୍ବାର ଅଭିଯୋଗ ହେଉଛି, ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ପ୍ରଯ୍ୟନ୍ତ ୨୦୨୦ ମସିହା ସେପ୍ଟେମ୍ବର ୯ ରେ ଶୁଣାଣି ହୋଇଥିଲା, ମାତ୍ରାଧିକ ପ୍ରଦୂଷଣ ର ସତ୍ୟତା କୁ ଅନୁଭବ କରି ଏନ. ଜି. ଟି. ପାଞ୍ଚଟି ସର୍ତ୍ତ ଶୀଘ୍ର ପାଳନ କରି ସାଇଡିଙ୍ଗ ଚଳାଇବା ପାଇଁ କହିଥିଲେ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଅଧିକାରୀ ଦୁଇ ମାସ ମଧ୍ୟ୍ୟ ରେ ରିପୋର୍ଟ ଦେବାକୁ କହିଥିଲେ, ଶୁଣାଣୀ କୁ ଦୁଇ ବର୍ଷ ହେଲା ତାଙ୍କର ପାଞ୍ଚ ଟି ସର୍ତ୍ତ ଥିଲା ଏକ ରେ ରେଳ ସାଇଡଙ୍ଗ ରେ ବଡ଼ ପାଚେରୀ ୱାଇଣ୍ଡ ସ୍କିନ ୱାଲ ନିର୍ମାଣ, ତାହା ଏ ପ୍ରଯ୍ୟନ୍ତ ହୋଇ ନାହିଁ, ଦ୍ୱିତୀୟ ରେ ଗୁଣ୍ଡ ମାଲ ପରିବହନ ଓ ଖାଲସ ପାଇଁ ସାଇଡଙ୍ଗ ରେ ଛାତ ନିର୍ମାଣ ତାହା ମଧ୍ୟ ଏ ପ୍ରଯ୍ୟନ୍ତ ହୋଇନାହିଁ, ତୃତୀୟ ରେ ସାଇଡଙ୍ଗ ଭିତର ବାହାର ପ୍ରଯ୍ୟାପ୍ତ ସବୁଜିମା ସୃଷ୍ଟି, ତାହା ମଧ୍ୟ୍ୟ ହୋଇନାହିଁ, ଚତୃର୍ଥ ରେ ସ୍ୱତନ୍ତ୍ର ବଡ଼ ଡ୍ରେନ ନିର୍ମାଣ, ତାହା ଠିକ ସେ ହୋଇନାହିଁ, ପଞ୍ଚମ ରେ ଆମ୍ବିଏଣ୍ଟ ଏୟାର କୁଆଲିଟି ମନିଟରିଂଙ୍ଗ ତାହା ମଧ୍ୟ୍ୟ ଠିକ ଭାବ ରେ ହୋଇ ନାହିଁ, ଏ ସବୁ ର ଦୁଇ ମାସ ମଧ୍ୟ୍ୟ ରେ ପାଳନ ହେବା କଥା, କିନ୍ତୁ ଆଜି କୁ ଦୁଇ ବର୍ଷ ଚାଲିଲା, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ କି ରିପୋର୍ଟ ଦେଲେ, ରାଜ୍ୟ ପ୍ରଦୂଷଣ ଅଧିକାରୀ କି ରିପୋର୍ଟ ଦେଉଛନ୍ତି, ଖୁଲୁମ ଖୁଲା ଆଇନ କୁ ଭାଙ୍ଗି ପ୍ରଦୂଷଣ ଚାଲିଛି, ବାର୍ଷିକ ଏ ରେଳ ସାଇଡଙ୍ଗ ୧୮୫୪୭ ମେଟ୍ରିକ ଟନ ଖଣିଜ ପଦାର୍ଥ ସେତେବେଳେ ଖାଲି ହେଉଥିବା ବେଳେ ଏବେ ଆହୁରି କିଛି କମ୍ପାନୀ ଯଥା ଜେଏସଡବ୍ଲୟୁ ସିମେଣ୍ଟ, ଇମାମୀ ସିମେଣ୍ଟ ର କିଙ୍କର ଗୁଣ୍ଡ ଖାଲି ହୋଇ ବାୟୁ ପ୍ରଦୂଷଣ ର ମାତ୍ରା ବଢିଛି,ଏ ବର୍ଷ ପ୍ରଦୂଷଣ ହେଉଛି ବୋଲି ଆଞ୍ଚଳିକ ଅଧିକାରୀ ନୋଟିସ କରିଥିଲେ,ସେହି ପରି ଅନ୍ୟ କାରଖାନା ମାନଙ୍କ ର ମେଟ୍ରିଆଲ ଲୋଡ ଅନଲୋଡିଂ କରୁଥିବା ରୁ ବହୁତ ମାତ୍ର ରେ ପ୍ରଦୁଷଣ ହେଉଥିବା ସ୍ଥାନୀୟ ମହିଳା ମାନେ ମଧ୍ୟ୍ୟ ଅଭିଯୋଗ ପ୍ରଶାସନ ଆଗରେ କରିଥିବା ନଜରକୁ ଆସିଛି, ପ୍ରଶ୍ନ ଉଠେ ସତରେ ଆଇନ ହୋଇଛି କଣ ଭାଙ୍ଗିବା ପାଇଁ, ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀ ର ଖୋଲା ଉଲ୍ଲଘନ ହେଉଛି, ଅଧିକାରୀ ମାନେ କାହା ସ୍ୱାର୍ଥ ରେ ବା ଚାପ ରେ ଚୁପ୍ ରହିବା ପାଇଁ ବାଧ୍ଯ ହେଉଛନ୍ତି। ଯଦି ଏହା କୁ ଯଥା ଶ୍ରୀଘ୍ର ସମାଧାନ କରିବା ପାଇଁ ବିଭାଗିୟ ଅଧିକାରୀ ପଦକ୍ଷେପ ଗ୍ରହଣ ନକରିବା ତେବେ ଭବିଷ୍ଯତ ରେ ଏହା ସ୍ଥାନୀୟ ଅଞ୍ଚଳ ରେ ଲେକମାନଙ୍କର ଜୀବନ ଯାପନ କରିବା ପାଇଁ ଘରୁ ପଦାକୁ ବାହାରି ବା କଷ୍ଟ ହୋଇଯିବ ଏଥି ରେ କୌଣସି ସନ୍ଦେହ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *