ଫୋକସ ପ୍ଲସ 23/5/22(ଢେ଼ଙ୍କାନାଳ): ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁୁମୁଣ୍ଡିଆ (କ) ପ୍ରାଥମିକ ବିଦ୍ୟାଳୟ ଟି ଅବ୍ୟବସ୍ଥା ଘେରରେ ଚାଲିଥିଲା, ଏବଂ ଗୋଟିଏ କକ୍ଷ ରେ ପାଠ ପଢା ଚାଲିଥିଲା ଛାତ୍ର ଛାତ୍ରୀଙ୍କର। ସେହି ଅବ୍ୟବସ୍ଥା ଘେରରେ ଚାଲିଥିବା ବିଦ୍ୟାଳୟ କୁ ନେଇ ଆମ ପ୍ରତିନିଧି ଏକ ଖବର ପ୍ରସାରଣ କରିଥିଲେ। ଖବର ପ୍ରସାରଣ କରିବାର ୬ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଗୃହ ଟି କୁ ମରାମତି କରିଥିଲେ। ଆମ ଖବର ର ପ୍ରଭାବ ଦେଖି ସେହି ଗାଁ ର ଚିତ୍ତରଞ୍ଜନ ସାହୁ ଆମ ପ୍ରତିନିଧିକୁ ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରିଦେବା କୁ ଧମକ ଦେଇଥିଲା। ତେବେ ସେ ଜଣେ ବିଜେଡିର କୁଜି ଠିକାଦାର ବୋଲି ଜଣା ପଡିଛି। ତେବେ ସେହି ଧମକକୁ ନେଇ ଆମ ପ୍ରତିନିଧି ମହାବିରୋଡ଼ ଫାଣ୍ଡିରେ ଏତଲା ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗଣମାଧ୍ୟମର ଚତୁର୍ଥ ସ୍ତମ୍ବ କୁ ଧମକ ଦେଇଥିବା ଅଭିଯୁକ୍ତକାରି କୁ ପୋଲିସ ପ୍ରଶାସନ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ନା ବିଜେଡିର କୁଜି ନେତା ହେଇଥିବାରୁ ପୋଲିସ ପ୍ରଶାସନ ଘଣ୍ଟ ଘୋଡାଉଛି।