ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି)୨୩/୦୭/୨୦୨୨: ଗତକାଲି ସନ୍ଧ୍ୟାରେ ସାମ୍ବାଦିକ ନିଜ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ। ଆକ୍ରମଣ ରେ ଗୁରୁତର ହୋଇ ସାମ୍ବାଦିକ ଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର। ସ୍ଥାନୀୟ ଅଂଚଳରେ ମନୋରେଗା କାମକୁ ନେଇ ଦୀର୍ଘ ଦିନ ରୁ ଲାଗି ରହିଥିବା ବିବାଦ ରୁ ଏଭଳି ଘଟଣା ଘଟିଥିବା ସୂଚନା।ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା କଣ୍ଟାପାରୀ ଗାଁ ଛକରେ। ସାମ୍ବାଦିକ ରତ୍ନାକର ବାରିକ ନିଶ୍ଚିନ୍ତକୋଇଲି ବଜାର ରୁ କାମ ସାରି ନିଜ ଘର ମାଳିଗାଁ କୁ ଫେରୁଥିବା ବେଳେ କଣ୍ଟାପାରୀ ଗାଁ ଛକରେ କଣ୍ଟାପରୀ ଗାଁ ର ବିଭୁତି ଭୁଷଣ ଦ୍ବିବେଦୀ ଓରଫ୍ କପିଳା ଏବଂ ମାଳିଗାଁ ର ଫକିର ଚରଣ ଦଳାଇ ସାମ୍ବାଦିକ ରତ୍ନାକର ଙ୍କୁ ଗୁରୁତର ଆକ୍ରମଣ କରିଥିବା ନେମାଳ ଥାନା ରେ ଅଭିଯୋଗ ହୋଇଛି। ସାମ୍ବାଦିକ ଙ୍କ ପତ୍ନୀ ତେଜସ୍ବିନୀ ବାରିକ ଙ୍କ ଲିଖିତ ଏତଲା ଅନୁଯାୟୀ, ସ୍ବାମୀ ରତ୍ନାକର ଘରକୁ ଫେରୁଥିବା ବେଳେ କଣ୍ଟାପାରୀ ଗାଁ ଛକରେ କପିଳା ଓ ଫକିର ତାଙ୍କୁ ରାସ୍ତା ରେ ଅଟକାଇ ରତ୍ନାକର ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏକ ବୋତଲରେ ମୁଣ୍ଡ କୁ ଆଘାତ କରିବାରୁ ସେ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟପଟେ ଏ ଘଟଣା ବାବଦରେ ବିଭୁତି ଭୁଷଣ ଙ୍କୁ ପଚାରିବାରୁ ସେ କହିଲେ, ନେମାଳ ଅଂଚଳରେ ମନୋରେଗା କାମରେ ବ୍ୟାପକ ଦୁର୍ନୀତି ହେତୁ ସେମାନେ ପ୍ରୋଜେକ୍ଟ ଡାଇରେକ୍ଟର ଏବଂ ଆମ୍ଭୁସମ୍ୟାନ ଙ୍କୁ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଥିବାରୁ ତାଙ୍କ ଗାଁ କୁ ରତ୍ନାକର ଆସି ଉତକ୍ଷିପ୍ତ ହୋଇ କାଳେ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏହି ସବୁ ମନୋରେଗା କାମରେ ସାମ୍ବାଦିକ ରତ୍ନାକର ବାରିକ ଜଡ଼ିତ ଥିବା ଅଭିଯୋଗ କରିଛନ୍ତି ବିଭୁତି ଭୁଷଣ। ରତ୍ନାକର ଙ୍କ ମୁଣ୍ଡ କିପରି ଆଘାତ ହେଲା ପ୍ରଶ୍ନରେ ବିଭୁତି ଭୁଷଣ କହିଛନ୍ତି, ଏହା କିପରି ହେଲା ସେ ଜାଣି ନାହାନ୍ତି। ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ଘଟଣା ପଛର ଖଳନାୟକ କିଏ ? ଘଟଣା ପରେ ଉଭୟ ଙ୍କ ପକ୍ଷରୁ ନେମାଳ ଥାନା ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଏଠି ସୂଚନାଯୋଗ୍ୟ ଅତୀତରେ ସାମ୍ବାଦିକ ଓ ବାଲି ନିଲାମ ଧାରୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା। ତେଣୁ ଏଠାରେ ନେମାଳ ପୋଲିସ ର କୋହଳ ଏବଂ କଛପ ଗତିରେ କାର୍ଯ୍ୟାନୁଷ୍ଠାନ ପାଇଁ ନେମାଳ ଭଳି ଏକ ପବିତ୍ର ସ୍ଥାନ ରେ ଦିନକୁ ଦିନ ବିଭିନ୍ନ ପ୍ରକାରର ମରଣାନ୍ତକ ଆକ୍ରମଣ ବଢ଼ିବାରେ ଲାଗିଛି, ଏବଂ ଏହି ପବିତ୍ର ମାଟିରେ ମଣିଷର ରକ୍ତ ଛିଟା ପଡୁଥିବା ର ଅନେକ ନଜିର ରହିଛି । ତେଣୁ ପୋଲିସ ର ଉଚ୍ଚ ପଦାଧିକାରୀ ମାନେ ନେମାଳ ଥାନା କୁ ଅଧିକ ଗୁରୁତ୍ଵ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି।