ସାଇବର ଠକେଇର ଶିକାର ହେଲେ ଯୁବକ

ଫୋକସ ପ୍ଲସ (ଅନୁଗୋଳ)୧୦/୦୭/୨୦୨୨: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ଅନଲାଇନ ଠକ ଜଣଙ୍କ ତାଙ୍କଠାରୁ ୮୫ ହଜାର ଟଙ୍କା ଠକି ନେଇଯାଇଛି। ଏ ନେଇ ଅଭିଜିତ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ.୨୦/୨୨ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ସୂଚନାଯୋଗ୍ୟ ଅଭିଜିତ ମୋବାଇଲରେ ଫେସ୍‌ବୁକ୍‌ ଦେଖିବା ସମୟରେ ସେଥିରେ ସ୍କୁଟି ୮୫ ହଜାର ଟଙ୍କାରେ ମିଳୁଥିବା ଦେଖିଥିଲେ। ଏହାପରେ ସେଥିରେ ଥିବା ନମ୍ବରରେ ଫୋନ କରିବାରୁ ସ୍କୁଟି ପ୍ରଦାନ ପାଇଁ ଅଗ୍ରିମ ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ଅଭିଜିତ ୩ କିସ୍ତିରେ ଟଙ୍କା ଦେଇଥିଲେ ମଧ୍ୟ ସ୍କୁଟି ଆସି ନ ଥିଲା। ଓଲଟା ଆହୁରି ଟଙ୍କା ଦେବାକୁ ଠକ ଜଣଙ୍କ କହିଥିଲା। ଅଭିଜିତ୍‌ଙ୍କ ସନ୍ଦେହ ହେବାରୁ ସେ ସାଇବର ଥାନା ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *